ଗୋବିନ୍ଦପାଲି ଜଗନ୍ନାଥ ମନ୍ଦିରରେ ବିଜେପି ଖଇରପୁଟ ମଣ୍ଡଳର ନୂତନ ସଭାପତିଙ୍କ ନାମ ଘୋଷଣା।

ମାଲକାନଗିରି ;ତା-୦୭/୦୪(ବିଏମସି ଟିଭି ଓଡ଼ିଆ)

ଖଇରପୁଟ ବ୍ଲକ ଅନ୍ତର୍ଗତ ଗୋବିନ୍ଦପାଲି ଜଗନ୍ନାଥ ମନ୍ଦିରରେ ବିଜେପି ଖଇରପୁଟ ମଣ୍ଡଳର ନୂତନ ସଭାପତି ଭାବେ ଜ୍ୟୋତି ରଞ୍ଜନ ବେହେରାଙ୍କ ନାମ ଘୋଷଣା କରିଛନ୍ତି ବିଜେପି ଜିଲ୍ଲା ସଭାପତି ଅଶୋକ କୁମାର ପରିଡ଼ା। ସଭାପତିଙ୍କ ନାମ ଘୋଷଣା କରିବା ସହ ଉତ୍ତରୀୟ ଦେଇ ଶୁଭେଚ୍ଛା ଜଣାଇଥିଲେ। ଶ୍ରୀ ବେହେରା ଏହା ଆଗରୁ ମଣ୍ଡଳ ଯୁବମୋର୍ଚ୍ଚା ସଭାପତି, ମଣ୍ଡଳ କୋଷାଦକ୍ଷ ଓ ଦୁଇଥର ଜିଲ୍ଲା ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ଦାୟିତ୍ୱରେ ରହିଥିଲେ ବର୍ତ୍ତମାନ

ଦଳ ତାଙ୍କୁ ଖଇରପୁଟ ମଣ୍ଡଳ ସଭାପତି ଦାୟିତ୍ୱ ଦେଇଛି। ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ସାଂସଦ ପ୍ରତିନିଧି ସଞ୍ଜୟ ସରକାର, ପୂର୍ବତନ ମଣ୍ଡଳ ସଭାପତି ବିଦ୍ୟାଧର ସାହାଣୀ, ବ୍ଲକ ସାଂସଦ ପ୍ରତିନିଧି ସିଦ୍ଧାର୍ଥ ଶଙ୍କର ରଥ,ଜିଲ୍ଲା ଏସଟି ମୋର୍ଚ୍ଚା ସାଧାରଣ ସମ୍ପାଦକ ସହଦେବ ଶିଶା କର୍ମୀ ବାଳକୃଷ୍ଣ ପ୍ରଧାନ, ଶ୍ରବଣ ସାହୁ, ଚିତ୍ର ମାଳି, ଟଙ୍କଧର ମାଳି, ଭଗବାନ ଡାକୁଆ, ସନ୍ତୋଷ କୁମର ସ୍ୱାଇଁ, ଭବତୋଷ ମଣ୍ଡଳ, ଶିବ ବଣ୍ଡାପାଡ଼ିଆଙ୍କ ସହିତ ମଣ୍ଡଳ ସ୍ତରୀୟ କାର୍ଯ୍ୟକର୍ତ୍ତା ମାନେ ନୂତନ ସଭାପତିଙ୍କୁ ଶୁଭେଚ୍ଛା ଜଣାଇଥିଲେ।

ମାଲକାନଗିରି ରୁ ହିମାଂଶୁ ଶେଖର ସ୍ବାଇଁ ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।

Leave a Reply

Your email address will not be published. Required fields are marked *