କୋରାପୁଟ ;ତା-୨୬/୦୩(ବିଏମସି ଟିଭି ଓଡ଼ିଆ)
କୋରାପୁଟ ଶିକ୍ଷା ବ୍ଲକ୍ ଅଧୀନରେ ଥିବା ଅନେକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅତି ଆଡ଼ମ୍ବରରେ ପାଳିତ ହୋଇଯାଇଛି।କୋରାପୁଟ ପୌରପରିଷଦ ଅନ୍ତର୍ଗତ ପୋଲିସ ପ୍ରାଥମିକ ବିଦ୍ୟାଳୟ,ସାନଚିନ୍ଦ୍ରି ପ୍ରାଥମିକ ବିଦ୍ୟାଳୟ ଏବଂ ଜାନିଗୁଡା ପ୍ରାଥମିକ ବିଦ୍ୟାଳୟରେ ଚଳିତ ୨୦୨୪-୨୫ ଶିକ୍ଷାବର୍ଷର ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି।ପୋଲିସ ପ୍ରାଥମିକ ଏବଂ ସାନଚିନ୍ଦ୍ରି ବିଦ୍ୟାଳୟରେ ମୁଖ୍ୟ ଅତିଥି ରୂପେ କୋରାପୁଟ ପୌରାଧକ୍ଷ ଲଲାଟ ରଞ୍ଜନ ସେଠୀ ଯୋଗ ଦେଇଥିବା ବେଳେ ସାନଚିନ୍ଦ୍ରି ଠାରେ ସମ୍ମାନୀତ ଅତିଥି ରୂପେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଅର୍ପିତା ପ୍ରଧାନ, କୋରାପୁଟ ବ୍ଲକ୍ ସହାୟକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଯାସନ ବେନ୍ୟା,ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ନରସିଂହ ଦାସ, ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ପ୍ରଦୀପ କୁମାର ପାତ୍ର, ପରିଚାଳନା କମିଟି ସଭାପତି ଅନିଲ ଖୋସଲା ଯୋଗ ଦେଇଥିଲେ। ସେହିପରି ଜାନିଗୁଡ଼ା ପ୍ରାଥମିକ ବିଦ୍ୟାଳୟରେ ଆୟୋଜିତ ବାର୍ଷିକ ଉତ୍ସବରେ ଏବିଇଓ ଜସନ ବେନ୍ୟା ଏବଂ ସିଆରସିସି ପ୍ରଦୀପ ପାତ୍ର ଯୋଗ ଦେଇଥିଲେ। ପୋଲିସ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନଶିକ୍ଷକ ଶରତ ଖୋସଲା ,ସାନଚିନ୍ଦ୍ରି ଠାରେ ପ୍ରଧାନଶିକ୍ଷୟତ୍ରୀ ସୁଭାଗିନି ରଥ ଏବଂ ଜାନିଗୁଡା ଠାରେ ପ୍ରଧାନଶିକ୍ଷୟତ୍ରୀ ଜୟନ୍ତୀ ପଟ୍ଟନାୟକ ମଞ୍ଚ ପରିଚାଳନା କରିଥିଲେ।
କୋରାପୁଟ ରୁ ଦେବସ୍ରିତ ପଟ୍ଟନାୟକ ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।