ଆଶ୍ରମ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳିତ।

ନୟାଗଡ  ;ତା-୦୬/୦୨(ବିଏମସି ଟିଭି ଓଡ଼ିଆ)

ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ମାଇଛେଳି ଗ୍ରାମପଞ୍ଚାୟତ ଗୋହିରିବାଦୁ ଠାରେ ଥିବା ଆଶ୍ରମ ବିଦ୍ୟାଳୟରେ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସୁଚନା ମୁତାବକ ଆଜି ଏହି ଉତ୍ସବରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଶାନ୍ତ କୁମାର ସାର ଙ୍କ ପୌରହିତ୍ୟ ରେ ଆୟୋଜିତ କାର୍ଯ୍ୟକ୍ରମ ରେ ଜିଲ୍ଲା ମଙ୍ଗଳ ଅଧିକାରୀ ଦୟାନିଦୀ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳୋ ସମ୍ମାନୀତ ଅତିଥି ଭାବରେ ମାଇଛେଳି ପଞ୍ଚାୟତ ର ସରପଞ୍ଚ ସ୍ୱାଗତିକା ପ୍ରିୟଦର୍ଶିନୀ ପ୍ରଧାନ ଯୋଗ ଦେଇଥିଲେ।

ବିଶିଷ୍ଟ ଅତିଥି ଭାବରେ ବିଦ୍ୟାଳୟର  ସଭାପତି ପ୍ରମୋଦ କୁମାର ନାୟକ ,ସମାଜ ସେବି ଦାଶରଥି ପ୍ରଧାନ , ଚନ୍ଦ୍ରମଣି ବେହେରା , କାଶିନାଥ ନାୟକ , ପୁର୍ବତନ ପ୍ରଧାନ ଶିକ୍ଷକ ଭରତ ଚନ୍ଦ୍ର ପ୍ରଧାନ ,ପ୍ରଭାତ ଚନ୍ଦ୍ର ଘଡେଇ ପ୍ରମୁଖ ଯୋଗଦାନ କରିଥିଲେ। ଛାତ୍ର ଛାତ୍ରୀ ମାନେ ବିଦ୍ୟାଳୟରେ ଭଲ ପାଠ ପଢ଼ିବା ସାଙ୍ଗକୁ ବିଭିନ୍ନ ପ୍ରକାରର ଖେଳ କୁଦରେ ନିପୁଣ ରହି ଉତ୍ତମ ପ୍ରଦର୍ଶନ କରି ପାରିଲେ ନିଶ୍ଚିତ ଭାବେ ଭବିଷ୍ୟତ ରେ ଜଣେ ଜଣେ ଭଲ ମଣିଷ ହୋଇପାରିବେ ବୋଲି ଅତିଥି ମାନେ ମତ ପ୍ରକାଶ କରିଥିଲେ।

ଏହି ଅବସରରେ ବିଭିନ୍ନ ବିଭାଗରେ ପାରଦର୍ଶିତା ଅର୍ଜନ କରିଥିବା ଛାତ୍ର ଛାତ୍ରୀ ଙ୍କୁ ଅତିଥି ମାନଙ୍କ ଦ୍ଵାରା ସମ୍ବର୍ଦ୍ଧିତ କରାଯାଇଥିଲା। ବିଦ୍ୟାଳୟର ଶ୍ରେଷ୍ଠ ଶିକ୍ଷକ ଭାବରେ ପ୍ରଧାନ ଶିକ୍ଷକ ସୁଶାନ୍ତ ସାର ଙ୍କୁ ମାଇଛେଳି ଗ୍ରାମର ସମାଜ ସେବା ଚନ୍ଦ୍ରମଣି ବେହେରା ପୁରସ୍କାର ଦେବା ସହିତ ଉତ୍ସାହିତ କରିଥିଲେ। ସହକାରୀ ଶିକ୍ଷକ ସୁଧିର କୁମାର ବାର୍ଷିକ ବିବରଣୀ ପାଠ କରିଥିଲେ ଓ ପ୍ରଧାନ ଶିକ୍ଷକ ସୁଶାନ୍ତ ସାରେ ଅତିଥି ପରିଚୟ ପ୍ରଦାନ କରିଥିଲେ।



ଦଶପଲ୍ଲା ରୁ ବଳଭଦ୍ର କର ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡିଶା।

Leave a Reply

Your email address will not be published. Required fields are marked *