ପୁଜାରିପୁଟ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ।

କୋରାପୁଟ ;ତା-୦୯/୦୪(ବିଏମସି ଟିଭି ଓଡ଼ିଆ)

ଆଜି କୋରାପୁଟ ପୌରପରିଷଦ ଅନ୍ତର୍ଗତ ପୁଜାରିପୁଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏବଂ କସ୍ତୁରବା ଗାନ୍ଧି ବାଳିକା ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ଏହି ଉତ୍ସବରେ ମୁଖ୍ୟ ଅତିଥି ରୂପେ କୋରାପୁଟ ପୌରପରିଷଦ ଅଧ୍ୟକ୍ଷ ଲଲାଟ ରଞ୍ଜନ ସେଠୀ ଯୋଗ ଦେଇଥିବା ବେଳେ ବିଶିଷ୍ଠ ଅତିଥି ରୂପେ ଅତିରିକ୍ତ ଜିଲ୍ଲାପାଳ ଦେବୀ ପ୍ରସାଦ ମହାନ୍ତି,ଜିଲ୍ଲା ଶିକ୍ଷା ଅଧିକାରୀ ଡ. ପ୍ରଶାନ୍ତ କୁମାର ମହାନ୍ତି ଯୋଗ ଦେଇଥିଲେ। ସମ୍ମାନୀତ ଅତିଥି ଭାବେ ପୌରପରିଷଦ ଉପାଧ୍ୟକ୍ଷା ସବିତା ପଣ୍ଡା,ଗୁଣାତ୍ମକ ଶିକ୍ଷା ସଂଯୋଜକ ଚନ୍ଦ୍ରକଳା ବଗର୍ତ୍ତି,ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ପ୍ରଦୀପ କୁମାର ପାତ୍ର ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ବାଳିକା ଶିକ୍ଷା ସଂଯୋଜକ ଶୁଭେନ୍ଦୁ ବାରିକ ଯୋଗ ଦେଇଥିଲେ।ଅତିଥି ମାନଙ୍କ ଦ୍ଵାରା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା।ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷୟତ୍ରୀ ମଧୁ ସୁଚେନ୍ ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଜେ ରଞ୍ଜିତ,ରିବିକା ଆରସଦା, ଗୌରୀ ଆଚାରି,ସତ୍ୟାଞ୍ଚଳ ଆଚାର୍ଯ୍ୟ ,ହର ମିଶ୍ର,ହିମାଂଶୁ ମହାପାତ୍ର,କ୍ଷଣପ୍ରଭା ରାଉତ, ଦେବୀ ପ୍ରମୁଖ ସହଯୋଗ କରିଥିଲେ।ପ୍ରମୋଦ କୁମାର ଡାକୁଆ ମଞ୍ଚ ପରିଚାଳନା କରିଥିଲେ।

କୋରାପୁଟ ରୁ ଜିଲ୍ଲା ପ୍ରତିନିଧି ଦେବାଶ୍ରିତ ପଟନାୟକ ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।

Leave a Reply

Your email address will not be published. Required fields are marked *