ମୟୂରଭଞ୍ଜ ; ତା-୦୭/୦୨(ବିଏମସି ଟିଭି ଓଡ଼ିଆ)
ରାଇରଙ୍ଗପୁର ସହରସ୍ଥିତ ପୁରୁଣାପାଣି ଠାରେ ଥିବା ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଦ୍ବାରା ପରିଚାଳିତ ସରକାରୀ ଏସଏସଡି ବାଳିକା ଉଚ୍ଚ ମାଧ୍ଯମିକ ବିଦ୍ଯାଳୟରେ ଗତ ୫ ତାରିଖ ବୁଧବାର ଦିନ ବିଦ୍ଯାଳୟ ପ୍ରାଙ୍ଗଣରେ ବାର୍ଷିକ ଉତ୍ସବ ମହାଆଡମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ଅନୁଷ୍ଠାନର ଅଧ୍ଯକ୍ଷ ଶ୍ରୀକାନ୍ତ ବେହେରାଙ୍କ ଆବାହକତ୍ବରେ ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ କମଳାକାନ୍ତ ସ୍ବାଇଁ ସଭାପତିତ୍ବ କରିଥିଲେ । ମୁଖ୍ଯ ଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷାମଣ୍ଡଳାଧୀକ୍ଷ ରେବା ଦାଶ ଗୁଣାତ୍ମକ ଶିକ୍ଷା ଉପରେ ଆଲୋକପାତ କରିଥିଲେ ।

ଉତ୍ସବରେ ମୁଖ୍ଯବକ୍ତା ଭାବେ କେନ୍ଦୁଝର ଜିଲ୍ଲାର ପୂର୍ବତନ ଲୋକସଭା ସଦସ୍ଯଙ୍କ ବ୍ଯକ୍ତିଗତ ସଚୀବ ଅଜୟ କୁମାର ପଟ୍ଟନାୟକ ଯୋଗ ଦେଇ ସାରଗର୍ଭକ ବକ୍ତବ୍ଯ ପ୍ରଦାନ କରିଥିଲେ। ତାଙ୍କର ଦାର୍ଶନିକ ତତ୍ତ୍ବ ସମ୍ବଳିତ ବକ୍ତବ୍ଯରେ ସ୍ବାମୀ ବିବେକାନନ୍ଦ ଚିକାଗୋ ଠାରେ ଦେଇଥିବା ବକ୍ତବ୍ଯକୁ ଉଦ୍ଧୃତ କରିଥିଲେ । ବିଦ୍ଯାଳୟର ବିଭିନ୍ନ ଅଭାବ ଅସୁବିଧାକୁ ଦୂର କରିବା ପାଇଁ ସେ ବ୍ଯକ୍ତିଗତ ଭାବେ ମାନ୍ଯବର ମୁଖ୍ଯମନ୍ତ୍ରୀଙ୍କୁ ଦୃଷ୍ଟି ଆକର୍ଷଣ କରିବେ ବୋଲି ସୂଚନା ଦେଇଥିଲେ । ଉଦ୍ଭିଦ ବିଜ୍ଞାନ ବିଭାଗର ଅଧ୍ଯାପିକା ଶ୍ରୀମତୀ ସମୀକ୍ଷା ପରିଡାଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ଯକ୍ରମରେ ଅନୁଷ୍ଠାନର ଅଧ୍ଯକ୍ଷ ପ୍ରାରମ୍ଭିକ ପର୍ଯ୍ଯାୟରେ ସ୍ବାଗତ ଭାଷଣ ସହିତ ବାର୍ଷିକ ବିବରଣୀ ପାଠ କରିଥିଲେ । ବିଦ୍ଯାଳୟର ଛାତ୍ରୀମାନେ ସ୍ବାଗତ ସଂଗୀତ ପରିବେଷଣ କରିସାରିବା ପରେ ଅତିଥି ପରିଚୟ ପର୍ବ ଶ୍ରୀମତୀ ପରିଡାଙ୍କ ଦ୍ବାରା ଉପସ୍ଥାପିତ ହୋଇଥିଲା ।

ଉକ୍ତ କାର୍ଯ୍ଯକ୍ରମରେ ସମ୍ମାନିତ ଅତିଥି ଭାବେ ମହୁଲଡିହାଁ ସ୍ଥିତ ଏସଏସଡି ସରକାରୀ ବାଳିକା ଉଚ୍ଚ ବିଦ୍ଯାଳୟ ର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ପଦ୍ମାଳୟା ସୋରେନ ଯୋଗ ଦେଇ ଭଲ ମଣିଷ ହେବାକୁ ପରାମର୍ଶ ଦେଇଥିଲେ । କଲ୍ଯାଣ ସମ୍ପ୍ରସାରଣ ଅଧିକାରୀ ଶୁଭେନ୍ଦୁ ମୋହନ ବଳ ଅନ୍ଯତମ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଶୃଙ୍ଖଳିତ ଜୀବନଶୈଳୀ ଉପରେ ପ୍ରାଧାନ୍ଯ ଦେଇଥିଲେ ।

ଅନୁଷ୍ଠାନର ପ୍ରାଣୀ ବିଜ୍ଞାନ ବିଭାଗର ବିଜ୍ଞାନଗାର ସହାୟକ ଚିନ୍ମୟ ଚିରଞ୍ଜିବୀ ମହାନ୍ତ ପୁରସ୍କାର ବିତରଣ କାର୍ଯ୍ଯକ୍ରମ ପରିଚାଳନା କରିଥିଲେ ।ଅନୁଷ୍ଠାନର ଇଂରାଜୀ ଅଧ୍ଯାପିକା ଶ୍ରୀମତୀ ରାଜଶ୍ରୀ ରାଉତ ଧନ୍ଯବାଦ ଅର୍ପଣ କରିଥିଲେ । ଶେଷରେ ଚିତାକର୍ଷକ ନୃତ୍ଯ ଛାତ୍ରୀମାନଙ୍କ ଦ୍ବାରା ପ୍ରଦର୍ଶିତ ହୋଇଥିଲା ।ଉକ୍ତ ଉତ୍ସବକୁ ସଫଳ କରିବାରେ ରସାୟନ ବିଜ୍ଞାନର ଅଧ୍ଯାପକ ଅସିତ କୁମାର ପ୍ରଧାନ, ପ୍ରାଣୀ ବିଜ୍ଞାନ ଅଧ୍ଯାପିକା ଭାଗ୍ଯଶ୍ରୀ କର, ଓଡିଆ ଅଧ୍ଯାପିକା ସେବାରାଣୀ ହାଁସଦା, ଉଦ୍ଭିଦ ବିଜ୍ଞାନ ବିଭାଗର ବିଜ୍ଞାନଗାର ସହାୟକ ରାମ ହେମ୍ବ୍ରମ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଅନୁଷ୍ଠାନର ଅନ୍ଯ ସମସ୍ତ କର୍ମଚାରୀ ଏଥିରେ ସକ୍ରୀୟ ସହଯୋଗ କରିଥିଲେ ।

ରାଇରଙ୍ଗପୁର ରୁ ଉତ୍ତମ ରାମଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡିଶା।