ବରଗଡ ;ତା-୩୦/୦୧(ବିଏମସି ଟିଭି ଓଡ଼ିଆ)
ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ପାହାଡ଼ଶ୍ରୀଗିଡ଼ା ଲାଲ୍ ଡୋଲେଶ୍ୱର୍ ସରକାରୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଯାଇଅଛି । ଉକ୍ତ ଉତ୍ସବ ରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସୁଶୀଳ କୁମାର ସେଠ୍ ସଭାପତିତ୍ବ କରିଥିବା ବେଳେ, ସମ୍ମାନିତ ଅଥିତି ଭାବେ ସି ଆର ସି ସି ଜୟଦେବ ନାଏକ ଯୋଗଦାନ କରିଥିବା ବେଳେ ଅନ୍ୟ ତମ ସମ୍ମାନିତ ଅଥିତିଭାବେ ବିଦ୍ୟାଳୟ ପରିଚାଳନା କମିଟି ର ସଭାପତି ତପସ୍ଵିନୀ ମେହର , ଅନ୍ୟ ସମ୍ମାନିତ ଅଥିତି ଭାବେ ସ୍ଥାନୀୟ ସରପଞ୍ଚ ଗୀତାଞ୍ଜଳି ପ୍ରଧାନ, ହୀରାକୁଦ ବନଖଣ୍ଡ ଅଧିକାରୀ ରାଜେଶ ମହାକୁଡ଼ , ମୁଖ୍ୟ ବକ୍ତା ଭାବରେ ଅବସର ପ୍ରାପ୍ତ ଶିକ୍ଷକ ଦୟାନିଧି ସାହୁ ଯୋଗଦାନ କରିଥିଲେ । ବରିଷ୍ଠ ଶିକ୍ଷୟତ୍ରୀ ସୌଦାମିନୀ ସାହୁ ବିବରଣୀ ପଠନ କରିଥିବା ବେଳେ ପ୍ରଭାତୀ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ସଭା ପରେ ପରେ ପୁରସ୍କାର ପ୍ରଦାନ କରାଯାଇଥିଲା । ଯେଉଁମାନେ ନବୋଦୟ , ଓ ଏ ଭି ରେ , ତଥା ବିଭିନ୍ନ କ୍ଷେତ୍ର ରେ ଉତ୍ତୀର୍ଣ୍ଣ ହୋଇଥିଲେ ସେମାନଙ୍କୁ ଶାଇଂନି ଷ୍ଟାର ଆୱାର୍ଡ଼ ରେ ସମ୍ମାନିତ କରାଯାଇଥିଲା । ମଧ୍ୟାହ୍ନ ଭୋଜନ ରେ ଶ୍ରୀମାନ ବିଭୂତି ଭୂଷଣ ମହାପାତ୍ର ଅଥିତି ଭୋଜନ ପ୍ରଦାନ କରିଥିଲେ , ତେଣୁ ତାଙ୍କୁ ବିଦ୍ୟାଳୟ ତରଫରୁ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ଶିକ୍ଷକ ଦେବାନନ୍ଦ ସାହୁ, ଶିକ୍ଷୟତ୍ରୀ ପୁଷ୍ପାଞ୍ଜଳି ପ୍ରଧାନ, ଶ୍ରୀମତୀ ଗୀତାଞ୍ଜଳି ରାଏ, ସୁଶ୍ରୀ ଚାନ୍ଦିନୀ ମାଝୀ ପ୍ରମୁଖ ସାହାଯ୍ୟ କରିଥିଲେ।

ବରଗଡ଼ ରୁ ଜିଲ୍ଲା ପ୍ରତିନିଧି ଦୁର୍ଲ୍ଲଭ ଗଡତିଆଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡିଶା।