ନରସିଂହପୁର ; ତା-୧୨/୦୨ ( ବିଏମସି ଟିଭି ଓଡ଼ିଆ )
ନରସିଂହପୁର ବ୍ଲକ ର ଏକଡାଳ ଗ୍ରାମ ପଞ୍ଚାୟତ ସ୍ଥିତ ବାଉତି ସରକାରୀ ଉଚ୍ଚ ବିଦ୍ୟାଳୟ ରେ କ୍ରୀଡ଼ା ଓ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ବାର୍ଷିକ ଉତ୍ସବରେ ସଭାପତି ଭାବେ ବାଉତି ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସଞ୍ଜୟ କୁମାର ସେନାପତି , ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟ ଅଜୟ କୁମାର ପଣ୍ଡା, ମୁଖ୍ୟ ବକ୍ତା ଭାବେ ସମାଜସେବି ସୁନୀଲ କୁମାର ହୋତା ଓ ସମ୍ମାନିତ ଅତିଥି ଭାବେ ପରିଚାଳନା କମିଟିର ସଭାପତି ନିରଞ୍ଜନ କର ପ୍ରମୁଖ ମଞ୍ଚାସିନ ଅତିଥିଭାବେ ଯୋଗ ଦେଇଥିଲେ।

ବାର୍ଷିକ କ୍ରୀଡ଼ା, ବକୃତା , ଚିତ୍ରାଙ୍କନ, ଶୃତଲିଖନ , ନୃତ୍ୟ, ସଙ୍ଗୀତ ଇତ୍ୟାଦି ବିଭିନ୍ନ କାର୍ଯ୍ୟକଳାପରେ କୃତିତ୍ୱ ଅର୍ଜନ କରିଥିବା ସମସ୍ତ ପ୍ରତିଯୋଗିତା ମାନଙ୍କୁ ମଞ୍ଚ ଉପରେ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା।

ଏହି ବାର୍ଷିକ ଉତ୍ସବରେ ମଞ୍ଚ ପରିଚାଳନାରେ ଶିକ୍ଷକ ସରୋଜ କୁମାର ବାରିକ କରିଥିବାବେଳେ ବିଦ୍ୟାଳୟର ଶିକ୍ଷକ ମାନଙ୍କ ମଧ୍ୟ୍ୟରୁ ସୁରେଶ କୁମାର ଜେନା, ବବିତା ସାହୁ, ସୁକାନ୍ତି ଦାସ, ରଶ୍ମିତା ଦଳେଇ ପ୍ରମୁଖ ସହଯୋଗ କରିଥିଲେ । ଆଜିର କାର୍ଯ୍ୟକ୍ରମରେ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ ସମସ୍ତ ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ଥିଲେ।

ନରସିଂହପୁରରୁ ବିଶ୍ୱନାଥ ଜେନାଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡିଶା ।