ନରସିଂହପୁର ; ତା-୧୨/୦୨(ବିଏମସି ଟିଭି ଓଡ଼ିଆ)
ନରସିଂହପୁର ବ୍ଲକ ର ଏକଡାଳ ଗ୍ରାମ ପଞ୍ଚାୟତ ସ୍ଥିତ ବାଉତି ସରକାରୀ ଉଚ୍ଚ ବିଦ୍ୟାଳୟ ରେ କ୍ରୀଡ଼ା ଓ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସଭାପତି ଭାବେ ବାଉତି ସରକାରୀ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସଞ୍ଜୟ କୁମାର ସେନାପତି ଓ ସମ୍ମାନିତ ଅତିଥି ଭାବରେ ପରିଚାଳନା କମିଟିର

ସଭାପତି ନିରଞ୍ଜନ କର, ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟ ଅଜୟ କୁମାର ପଣ୍ଡା, ମୁଖ୍ୟ ବକ୍ତା ଭାବେ ସମାଜସେବି ସୁନୀଲ କୁମାର ହୋତା ମଞ୍ଚାସିନ ଅତିଥିଭାବେ ଯୋଗ ଦେଇଥିଲେ। କ୍ରୀଡ଼ା,ବକୃତା , ଚିତ୍ରାଙ୍କନ, ଶ୍ରୁତଲେଖନି , ନୃତ୍ୟ, ସଙ୍ଗୀତ ଇତ୍ୟାଦି

କାର୍ଯ୍ୟକଳାପରେ କୃତିତ୍ୱ ଅର୍ଜନ କରିଥିବା ସମସ୍ତ ପ୍ରତିଯୋଗିତା ମାନଙ୍କୁ ମଞ୍ଚ ଉପରେ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା। ମଞ୍ଚ ପରିଚାଳନା କରିଥିଲେ ଶିକ୍ଷକ ସରୋଜ କୁମାର ବାରିକ, ଶିକ୍ଷକ ମାନଙ୍କ ମଧ୍ୟ୍ୟରୁ ସୁରେଶ କୁମାର ଜେନା, ବବିତା ସାହୁ, ସୁକାନ୍ତି ଦାସ,ରଶ୍ମିତା ଦଳେଇ,ଏବଂ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ ସମସ୍ତ ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ଥିଲେ।

ନରସିଂହପୁର ରୁ ବିଶ୍ବନାଥ ଜେନା ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।