ନିଶା ନିବାରଣ ଅଭିଯାନ ଓ ମହିଳା ଗୋଷ୍ଠୀ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଦେଲେ ଦାବିପତ୍ର।

ସମ୍ବଲପୁର :ତା.୨୬/୦୩(ବିଏମସି ଟିଭି ଓଡିଆ )

କୁଚିଣ୍ଡା ଅଞ୍ଚଳରେ ନିଶା ମୁକ୍ତ ଅଞ୍ଚଳ ପାଇଁ ଆନ୍ଦୋଳନ କରୁଥିବା ନିଶା ନିବାରଣ ଅଭିଯାନ ଓ ମହିଳା ଗୋଷ୍ଠି ଆଜି ସାତକମା ଗ୍ରାମରୁ ଏକ ପ୍ରତିନିଧି ଦଳ କୁଚିଣ୍ଡା ପର୍ଯ୍ୟନ୍ତ ପଦଯାତ୍ରାରେ ଆସି ଉପ ଜିଲ୍ଲାପାଳ ଅଫିସରେ ବିକ୍ଷୋଭ ପ୍ରଦର୍ଶନ ସହ ଦାବି ପତ୍ର ପ୍ରଦାନ କରିଥିଲେ । ସମ୍ବଲପୁର ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଲିଖିତ ଦାବିପତ୍ର ସହ ଅନ୍ୟ ଦୁଇଟି ସ୍ଥାନୀୟ ସମସ୍ୟା ଆଧାରିତ ଦାବିପତ୍ର ଉପ-ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ସହକାରୀ ଜିଲ୍ଲାପାଳ ଅଭିମନ୍ୟୁ ଶବରଙ୍କୁ ପ୍ରଦାନ କରା ଯାଇଥିଲା। ଏହା ପରେ ଏକ ପ୍ରତିନିଧି ଦଳ ଅବକାରୀ ବିଭାଗ ଓ ଥାନା ଅଧିକାରୀଙ୍କୁ ଭେଟି କୁଚିଣ୍ଡା ଅଞ୍ଚଳରେ ସଂପୂର୍ଣ୍ଣ ନିଶା ନିବାରଣ ପାଇଁ ସହଯୋଗ କାମନା କରିଥିଲେ ।

ଦାବିପତ୍ରରେ ସମସ୍ତ ବେନିୟମ ମଦ ଓ କୁସୁନା ଭାଟିର ଉଚ୍ଛେଦ , ସ୍କୁଲ କଲେଜ ଓ ମୁଖ୍ୟ ରାସ୍ତାରେ ମଦ ଭାଟି ଓ ବିଶେଷ କରି ସାତକମାରୁ କୁଲେଇଗଡ ରାସ୍ତାରେ ଥିବା ଶାଖା ମଦ ଭାଟିକୁ ଉଚ୍ଛେଦ କରିବା ପାଇଁ ଉଲ୍ଲେଖ କରା ଯାଇଛି । ଏହି ପ୍ରତିନିଧି ଦଳରେ ଅଭିଯାନର ଜିଲ୍ଲା ସଭାପତି ସୁବାସ ଚନ୍ଦ୍ର ନାୟକ, ଉପଖଣ୍ଡ ସ୍ତରୀୟ ସଭାପତି କରୁଣା କର କିସାନ, ସମ୍ପାଦକ ଏଡଭୋକେଟ୍ ସୁରେନ୍ଦ୍ର ଦେବ, ହୃଦା ନନ୍ଦ ଶର୍ମା, ବ୍ଲକ ଆବାହକ ମିତ୍ରଭାନୁ ପଧାନ, ନାରୀନେତ୍ରୀ ମିତା ପଟେଲ, ସୂଳତା କଣ୍ଟା, ପ୍ରମିଳା ନାଏକ, ମଞ୍ଜୁଲତା ପଧାନ, ସସ୍ମିତା ଚିଲ, ରୀନା ଭଞ୍ଜ, ସସ୍ମିତା ବଦ୍ରେଖ, ସେବତୀ ବଞ୍ଛୁର, ଜୟନ୍ତୀ ପୃଷେଠ, ସାବିତ୍ରୀ ପ୍ରଧାନ, ମିନାକ୍ଷୀ ସିଂ ପ୍ରମୁଖ ନେତୃତ୍ୱ ନେଇଥିଲେ । ପ୍ରକାଶ ଥାଉ କି ସାତକମା ଗ୍ରାମରେ ଗତ ରାତିରେ ଆଉ ଜଣେ ମଦ୍ୟପାନ ଜନିତ ବାଇକ୍ ଦୁର୍ଘଟଣାରେ ଜଣେ ମୃତ ହୋଇ ଥିବାରୁ ଗାଁ ରେ ଉତ୍ତେଜନା ଲାଗି ରହିଛି।

ସମ୍ବଲପୁର ଜିଲ୍ଲା ପ୍ରତିନିଧି କୈଳାସ ମହାରଣାଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା।

Leave a Reply

Your email address will not be published. Required fields are marked *