ସମ୍ବଲପୁର ;ତା-୨୮/୦୨(ବିଏମସି ଟିଭି ଓଡିଆ)
ବରପାଲିର ଲକ୍ଷେ ଘରିଆ ଦଳିତ ଉନ୍ନୟନ ସଂଘର ଏକ ବୈଠକ ଦ୍ବାରିକା ମୋହନ ନାଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଚଳିତ ବର୍ଷ ପାଇଁ ନୂତନ କର୍ମକର୍ତ୍ତା ମନୋନୟନ କରାଯାଇଛି । ସ୍ଥାନୀୟ ଡ.ବି.ଆର୍. ଆମ୍ବେଦକର ଭବନ ଠାରେ ଅନୁଷ୍ଠିତ ଏହି ବୈଠକରେ ମନୋନୀତ ହୋଇଥିବା ନୂତନ କର୍ମକର୍ତ୍ତା ହେଲେ ସଭାପତି ସୁଦର୍ଶନ ସୁନା, ଉପସଭାପତି ଲବଣୀ ନାଗ, ସମ୍ପାଦକ ଈଶ୍ୱର ନାଗ, ସହ ସଂପାଦକ ଶ୍ରୀକାନ୍ତ ନାଗ, କୋଷାଧ୍ୟକ୍ଷ ସୁରେନ୍ଦ୍ର ସୁନା ଓ ଉପଦେଷ୍ଟା ମଣ୍ଡଳୀରେ ଦ୍ବାରିକା ମୋହନ ନାଗ, ପଙ୍କଜାକ୍ଷ ନାଗ, ବାଲ କିଶୋର ଛତର, ବୀରେନ ମହାନନ୍ଦ, ରସ ସାଗର ମହାନନ୍ଦ, ରୋହିତ ଭେସ୍ରା, ଭୀଷ୍ମ ଶିକା, ଭାଗିରଥି ବିଭାର, କେନାଲୁ ମହାନନ୍ଦ, ମହେନ୍ଦ୍ର ବାଗ ପ୍ରମୁଖ ରହିଛନ୍ତି । ନୂତନ କର୍ମକର୍ତ୍ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରାଯାଇଥିଲା।
ସମ୍ବଲପୁର ଜିଲ୍ଲା ପ୍ରତିନିଧି କୈଳାସ ମହାରଣାଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା।