ଅର୍ଡାବାହାଲ ଇଂରାଜୀ ମାଧ୍ୟମ ସ୍କୁଲ୍‌ର ବାର୍ଷିକୋତ୍ସବ ପାଳିତ ।

ସମ୍ବଲପୁର :ତା.୨୪/୦୩(ବିଏମସି ଟିଭି ଓଡିଆ)

କୁଚିଣ୍ଡା ବ୍ଲକ୍ ଅର୍ଡାବାହାଲ ସ୍ଥିତ ଶାନ୍ତି ନାରାୟଣ ଇଂରାଜୀ ମାଧ୍ୟମ ସ୍କୁଲ୍‌ର ଦ୍ୱାଦଶ ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ଅନୁଷ୍ଠାନର ନିର୍ଦ୍ଦେଶକ ଜୟନାରାୟଣ ଜେନାଙ୍କ ସଭାପତିତ୍ବରେ ଆୟୋଜିତ ଉତ୍ସବରେ କୁଚିଣ୍ଡା ଆଦିବାସୀ ସମନ୍ୱୟ ସଂସ୍ଥାର ଯୋଜନା ପ୍ରଶାସକ ହେମସାଗର ଭୋଇ ମୁଖ୍ୟ ଅତିଥି ଓ ଅବସର ପ୍ରାପ୍ତ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ନାୟକ ମୁଖ୍ୟ ବକ୍ତା ଭାବରେ ଯୋଗଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କଲ୍ହେଇପାଲି କଲେଜର ଅଧ୍ୟକ୍ଷ ଡିଲେଶ୍ୱର ବେହେରା ଳ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ଅତିଥିଗଣ ସେମାନଙ୍କ ଭାଷଣରେ ଶିକ୍ଷାର ମହନୀୟତା ଉପରେ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ସ୍କୁଲ୍‌ର ପ୍ରତିଷ୍ଠାତା ସଭ୍ୟ ସୁବାସ ଚନ୍ଦ୍ର ନାୟକଙ୍କୁ “ବହୁ ମୁଖୀ ପ୍ରତିଭା ସମ୍ମାନ”ରେ ସମ୍ମାନିତ କରାଯାଇଥିଲା। ମୁଖ୍ୟ ଅତିଥି ଶ୍ରୀ ଭୋଇ ନାୟକ ଙ୍କୁ ସମ୍ମାନିତ କରିଥିବା ବେଳେ ସହକାରୀ ଶିକ୍ଷକ ଦିବ୍ୟ ଲୋଚନ ସାହୁ ମାନପତ୍ର ପାଠ କରିଥିଲେ । ଏତତ୍ ବ୍ୟତୀତ କୃତି ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ। ନିର୍ଦ୍ଦେଶକ ଶ୍ରୀ ଜେନା ବାର୍ଷିକ ବିବରଣୀ ପାଠ କରିଥିଲେ । କାର୍ଯ୍ୟକ୍ରମକୁ ଗଙ୍ଗା ନାରାୟଣ ଦାସ, ଦିବ୍ୟ ଲୋଚନ ସାହୁ , ତ୍ରିବେଣୀ ପଟେଲ , ଝରଣା ପଟେଲ , ଅଲିଭା ପଟେଲ, ପୁଷ୍ପାଞ୍ଜଳୀ ପଟେଲ , ବିଜୁ ଭଇଁସା, ମିତୁଳରାଣୀ ଦେଓ, ଝୁମିରାଣୀ ଦାସ, ରେବତୀ ପାଳ, ପ୍ରିୟଙ୍କା ପଧାନ ଓ ଦୀପାଞ୍ଜଳୀ କିସାନ ପରିଚାଳନା କରିଥିଲେ। ଶେଷରେ ଛାତ୍ରଛାତ୍ରୀଙ୍କ ଦ୍ଵାରା ଆକର୍ଷଣୀୟ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

ସମ୍ବଲପୁର ଜିଲ୍ଲା ପ୍ରତିନିଧି କୈଳାସ ମହାରଣାଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା।

Leave a Reply

Your email address will not be published. Required fields are marked *