କେସାଇବାହାଲରେ ବନାଗ୍ନୀ ନିବାରଣ ସଚେତନତା ସଭା


ସମ୍ବଲପୁର : ତା.୦୪/୦୩(ବିଏମସି ଟିଭି ଓଡିଆ)

ବାମଣ୍ଡା ବ୍ଲକ୍ ଅନ୍ତର୍ଗତ କେସାଇବାହାଲ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ପ୍ରଧାନ ଶିକ୍ଷକ ବଲ୍ଲବୀ ପଟେଲଙ୍କ ସଭାପତିତ୍ବରେ ବିଶ୍ଵ ବନ୍ୟପ୍ରାଣୀ ଦିବସ ଉପଲକ୍ଷେ ବନାଗ୍ନି ନିବାରଣ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବନ୍ୟପ୍ରାଣୀ ସଂରକ୍ଷଣ ପାଇଁ ବିଜୁ ପଟ୍ଟନାୟକ ପୁରସ୍କାରରେ ପୁରସ୍କୃତ ପ୍ରକୃତି ବନ୍ଧୁ ସୁବାସ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଆଖୋଜ ବାମଣ୍ଡାର ପୂର୍ବ ଗୌରବ ଫେରାଇ ଆଣିବାକୁ ଛାତ୍ର ସମାଜ କାର୍ଯ୍ୟ କରିବାକୁ ଆହ୍ବାନ ଦେଇଥିଲେ ।

ସମ୍ମାନିତ ଅତିଥି ଭାବରେ ଦୁଇ ପ୍ରକୃତି ବନ୍ଧୁ ରବିନ୍ଦ୍ର କୁମାର ଦାଶ, ଅଲେଖ କୁମାର ପତି ଓ    ସାମାଜିକ କର୍ମୀ ଉଦୟ ଦ୍ବିବେଦୀ ଭାଷଣ ଦେଇ ବନାଗ୍ନି ନିର୍ବାପନ ପାଇଁ ବିଭିନ୍ନ ଉପାୟ ସମ୍ପର୍କରେ ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ । ଏହା ପରେ ବିଭିନ୍ନ ସ୍ଲୋଗାନ୍ ମାଧ୍ୟମରେ ଜନ ସଚେତନତା  ସୃଷ୍ଟି କରିବା ସହ ବିଦ୍ୟାଳୟ ପରିସରରେ ଏକ ଚାରା ରୋପଣ କରାଯାଇଥିଲା ।



ସମ୍ବଲପୁର ଜିଲ୍ଲା ପ୍ରତିନିଧି କୈଳାସ ମହାରଣାଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା

Leave a Reply

Your email address will not be published. Required fields are marked *