ଦଶପଲ୍ଲା ;ତା-୨୯/୦୫(ବିଏମସି ଟିଭି ଓଡ଼ିଆ)
ସ୍ୱାସ୍ଥ୍ୟ ହିଁ ସମ୍ପଦ ବିଷୟରେ କେନ୍ଦ୍ର ସରକାର ତଥା ରାଜ୍ୟ ସରକାର ଅଧିକ ସଚେତନତା ର ସହ ଜନସାଧାରଣ ଙ୍କ ସ୍ୱାସ୍ଥ୍ୟ କୁ ଗୁରୁତ୍ୱ ଦେବା ସହିତ ଅନେକ ସମୟରେ ଅନେକ ଯୋଜନା ମାନ ହାତକୁ ନେଇଛନ୍ତି। ତେବେ ଏ ସବୁ ଯୋଜନା ର ବାଟ ମାରଣା ହେବା ଲାଗି ପ୍ରକୃତ ଉପକାରିତା ଲୋକଙ୍କ ପାଖରେ ପହଂଚି ପାରୁନାହିଁ। ଏଥିପ୍ରତି ନୂତନ ସରକାର ତଥା ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କ ସରକାର ଗୁରୁତର ସହ ନେବା ଉଚିତ ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି। ତେବେ ଏ କ୍ରମରେ ଦେଖିଲେ ଆୟୁଷ୍ମାନ ଆରୋଗ୍ୟ ଯୋଜନା ଯାହାକି କେନ୍ଦ୍ର ସରକାର ଲାଗୁ କରିଛନ୍ତି ଓ ବର୍ତମାନ ଓଡିଶା ରେ ମଧ୍ୟ ଏହାକୁ ମୋହନ ସରକାର ମଧ୍ୟ ଲାଗୁ କରିଛନ୍ତି ଓ ଏଥିପାଇଁ ଅନେକ ରଣନୀତି ପ୍ରସ୍ତୁତ କରିଛନ୍ତି। ଆୟୁଷ୍ମାନ ଆରୋଗ୍ୟ ଶିବିର ଯୋଜନା କରି ଲୋକଙ୍କୁ ସ୍ୱାସ୍ଥ୍ୟ ସଚେତନତା ପ୍ରତି ଗୁରୁତ୍ୱ ଦେବା ଏହି କାର୍ଯ୍ୟକ୍ରମ ର ମୂଳଲକ୍ଷ୍ୟ।ତେବେ ଦଶପଲ୍ଲା ବ୍ଲକ ଅନ୍ତର୍ଗତ ମଧ୍ଯଖଣ୍ଡ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଗୁରୁବାର ଦିନ ଏହି ଶିବିର ଅନୁଷ୍ଠିତ କରାଯାଇଥିଲା। ଏଥିରେ ଲୋକଙ୍କୁ ଯୋଗ ବିଷୟରେ ଅବଗତ କରିବା କୁ ଯୋଗ ଶିବିର ପ୍ରସ୍ତୁତ କରାଯାଇଥିଲା। ତେବେ ମୂଳ କଥା ହେଲା ଆନ୍ତରିକତା ର ସହ ତଥା ସରକାର ଙ୍କ ଯୋଜନା ର ସୁ ପ୍ରତିଫଳନ ପାଇଁ କାର୍ଯ୍ୟ କରାଯାଇନଥିବା ଜଣା ପଡିଛି। ଏଭଳି କାର୍ଯ୍ୟକ୍ରମ ରେ ମାତ୍ର କେତେ ଜଣ ମୁଣ୍ଡ ଗଣତି ଲୋକ ଙ୍କୁ ନେଇ ଏହି ଯୋଗ ଶିବିର ଅନୁଷ୍ଠିତ କରାଯାଇଥିଲା। ଯାହାକି ଏକ ହାସ୍ୟାସ୍ପଦ କଥା। ଯଦି କାର୍ଯ୍ୟକ୍ରମ କରାଯାଉଛି ତେବେ କିପରି ଲୋକ ସଂଖ୍ୟା ଅଧିକ ହେବ ଓ ଏହି ସଚେତନ ତା କାର୍ଯ୍ୟକ୍ରମ ର ରୂପ ରେଖ ର ସଠିକ ଫଳ ମିଳିବ ତାହା ପ୍ରତି ଗୁରୁତ୍ୱ ଦିଆଯିବା କଥା ସାଧାରଣ ରେ ଚର୍ଚ୍ଚା ହେଉଛି। ଶୁଣାଯାଉଛି ଏଭଳି ଛୋଟ ମୋଟ କାର୍ଯ୍ୟକ୍ରମ କରି ସରକାରୀ ଅର୍ଥ ହଡପ କରାଯାଉଛି। ଏହି କାର୍ଯ୍ୟକ୍ରମ ରେ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଉପସ୍ଥିତ ନ ଥିବା ଶୁଣାଯାଉଛି। ଏଣୁକେତେ ଦିନ ଏମିତି ଚାଲିବ? ସରକାର ଏଥି ପ୍ରତି ସମ୍ବେଦନଶୀଳତାର ସହ ବିଚାର କୁ ନେଇ ସରକାରୀ ଅର୍ଥ ର ସଦୁପଯୋଗ କିପରି ହେବ ତାହା ପ୍ରତି ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ଜନସାଧାରଣ ରେ ଦାବୀ ହେଉଅଛି।
ଦଶପଲ୍ଲା ରୁ ବଳଭଦ୍ର କର ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।