ବି.ଭି.କେ.ଏସ. ତରଫରୁ ଡ ଶଙ୍କର ମାଝୀ ସମ୍ବର୍ଦ୍ଧିତ।

ଗଞ୍ଜାମ ;ତା-୨୫/୦୩(ବିଏମସି ଟିଭି ଓଡ଼ିଆ)

ଆଜି ଅପରାହ୍ନରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କର୍ମଚାରୀ ସଙ୍ଘ ତରଫରୁ ବିଶ୍ୱବିଦ୍ୟାଳୟସ୍ଥିତ ସିନେଟ ହଲଠାରେ ସଙ୍ଘର ଉପଦେଷ୍ଟା ଡ ଶଙ୍କର ମାଝିଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଡ ମାଝୀ ଦୀର୍ଘ ୩୩ ବର୍ଷ ଧରି ସଂଘର ବିଭିନ୍ନ ପଦପଦବୀ ରେ ରହି କର୍ମଚାରୀମାନଙ୍କୁ ବହୁ ସାହାଯ୍ୟ କରି ଆସିଛନ୍ତି ।ଏହି ଉତ୍ସବରେ ସଂଘର ପୂର୍ବତନ ସଭାପତି ଡ ପ୍ରଫୁଲ୍ଲ କୁମାର ଦଳାଇ ଏବଂ ଡ ଗଣପତି ଚୌଧୁରୀ ଅତିଥିଭାବେ ଯୋଗ ଦେଇ ଡ ମାଝୀଙ୍କୁ ସଙ୍ଘ ତରଫରୁ ସମ୍ବର୍ଦ୍ଧିତ କରିଥିଲେ । ସଭାପତି ଡ ମିହିର କୁମାର ତ୍ରିପାଠୀ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମର୍ଦ୍ଧନା ଉତ୍ସବରେ କାର୍ଯ୍ୟକାରୀ ସଭାପତି ନରେନ୍ଦ୍ର ପାତ୍ର, ଉପ ସଭାନେତ୍ରୀ ନମିତା ସାମଲ, ସାଧାରଣ ସମ୍ପାଦକ ସଂଗ୍ରାମ ନାୟକ, ଦେବୀ ପ୍ରସାଦ ମିଶ୍ର, ଏନ.ଭୀମା ରେଡ୍ଡୀ, ସତ୍ୟ ଶତପଥୀ, ପ୍ରଦୀପ ବେହେରା, ସୁଶାନ୍ତ ସାହୁ, ଗୌରୀ ମହାରଣା, ଡ ସୂର୍ଯ୍ୟ ନାରାୟଣ ପଣ୍ଡା, ଉପେନ୍ଦ୍ର ପାଳ, ଏମ ତାରିଣୀୟା ରେଡ୍ଡୀ, ମନୋଜ ଶତପଥୀ, ମନମୋହନ ବେହେରା,ବିଭୁଦତ୍ତ ମହାରଣା, ଉମା ବିଷୋୟୀ, ସିମାଞ୍ଚଳ ବେହେରା, ପ୍ରଣତି ଦେ, ପ୍ରସନ୍ନ ସିଂ , ସଂଜୀବ ପ୍ରଧାନ, ଲଷ୍ମୀ ପାଢ଼ୀ, ଦେବୀ ବେହେରା ପ୍ରମୁଖ ବହୁ ସଦସ୍ୟ ସଦସ୍ୟାଗଣ ଯୋଗ ଦେଇଥିଲେ ।ଡ ମାଝୀ ଆସନ୍ତା ମାର୍ଚ୍ଚ ୩୧ ତାରିଖରେ ବିଶ୍ୱବିଦ୍ୟାଳୟରୁ ବିଭାଗୀୟ ଅଧିକାରୀଭାବେ ଅବସର ଗ୍ରହଣ କରୁଛନ୍ତି ।

ଗଞ୍ଜାମ ରୁ ନିମାଇଁ ଚରଣ ପଣ୍ଡା ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।

Leave a Reply

Your email address will not be published. Required fields are marked *