ସମ୍ବଲପୁରରେ ବାବୁ ହରଦାଶଙ୍କ ମହାପରିନିର୍ବାଣ ଦିବସ ପାଳିତ।

ସମ୍ବଲପୁର ;ତା-୧୨/୧(ବିଏମସି ଟିଭି ଓଡିଆ)

ସମ୍ବଲପୁର ସାମ୍ବାଦିକ ଭବନଠାରେ ବିକଳ୍ପ ଓଡ଼ିଶା ସମ୍ବଲପୁର ଜିଲ୍ଲା ଶାଖା ପକ୍ଷରୁ ଜୟଭୀମ ସ୍ଲୋଗାନର ଜନକ ହରଦାଶ ଲକ୍ଷ୍ମଣ ରାଓ ନାଗରାଲେ (ବାବୁ ହରଦାଶ)ଙ୍କ ୮୬ ତମ ମହାପରିନିର୍ବାଣ ଦିବସ ପାଳନ କରାଯାଇଥିଲା। ଏଥିସହ ବିକଳ୍ପ ଓଡ଼ିଶା ସମ୍ବଲପୂର ଜିଲ୍ଲା ଶାଖା ପକ୍ଷରୁ ଜିଲ୍ଲା ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବାବୁ ହରଦାଶଙ୍କ ଜୀବନୀ ଉପରେ ଆଲୋଚନା କରାଯାଇ ତାଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ପଦ୍ମଶ୍ରୀ ଡକ୍ଟର ଜିତେନ୍ଦ୍ର ହରିପାଲ, ସମ୍ମାନିତ ଅତିଥି ଭାବରେ ବିକଳ୍ପ ଓଡ଼ିଶାର ରାଜ୍ୟ ସଭାପତି କୈଳାସ ଚନ୍ଦ୍ର ମିଶ୍ର, ବିକଳ୍ପ ଓଡ଼ିଶାର ରାଜ୍ୟ ଉପସଭାପତି ନିହାଲ ସିଂ, ରାଜ୍ୟ ସାଧାରଣ ସମ୍ପାଦକ ଅଶୋକ ମଲ୍ଲିକ, ଜିଲ୍ଲା ସଭାପତି ସୁବାସ ନାଏକ, ରାଜ୍ୟ ଯୁଵସଭାପତି ଲିପୁନ , ଏମଡି ମୁସ୍ତିକିମ ପ୍ରମୁଖ ମଞ୍ଚାସିନ ରହିଥିଲେ। ଏହି ଅବସରର ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବିକଳ୍ପ ଓଡ଼ିଶାର ଜିଲ୍ଲା ସଂଗଠନ ଗଠନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏଥିସହ ଆଗାମୀ ଦିନରେ ବିକଳ୍ପ ଓଡ଼ିଶା ନିଜର ପ୍ରଭାବ ଯେପରି ଜାହିର କରିପାରିବ ସେନେଇ କାର୍ଯ୍ୟ କରିବାକୁ ନିଷ୍ପତ୍ତି ନିଆଯାଇଛି। ଶେଷରେ ସମାଜସେବୀ ମୋମିନା ଖାତୁନ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବଲପୁର ଜିଲ୍ଲା ପ୍ରତିନିଧି କୈଳାସ ମହାରଣାଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା।

Leave a Reply

Your email address will not be published. Required fields are marked *