ବ୍ୟାଙ୍କ ଅଫ ବରୋଦାର ମନମୁଖୀ କାର୍ଯ୍ୟ।

ନୟାଗଡ :ତା-୨୮/୦୫(ବିଏମସି ଟିଭି ଓଡିଆ)

ବର୍ତମାନ ର ସାଧାରଣ ଜୀବନଚର୍ଯାରେ ଅର୍ଥ ନିତ୍ୟାନ୍ତ ଆବଶ୍ୟକ। ଏ ଅର୍ଥ ଉପାର୍ଜନ ପାଇଁ ସମସ୍ତଙ୍କ ଜୀବନ ଜୀବିକା ମଧ୍ୟରେ ଅଲଗା ଅଲଗା। ଅର୍ଥ ରୋଜଗାର କରିବା ଓ ଖର୍ଚ୍ଚ କରିବା ମଧ୍ୟ୍ୟରେ ବ୍ୟାଙ୍କ ସେବା ର ଗୁରୁତ୍ୱ ମଧ୍ୟ ଅଲଗା। ସାଧାରଣ ଲୋକଟିଏ କୌଣସି ନା କୌଣସି ବାଟରୁ ଅର୍ଥ ଉପାର୍ଜନ କରିବା ସହିତ ନିଜ ସହିତ ନିଜ ପରିବାର ର ଭବିଷ୍ୟତ ପାଇଁ କିଛି ଅର୍ଥ ଜମା ରଖିବାକୁ ମଧ୍ୟ ଚେଷ୍ଟା କରିଥାଏ। ଏଥିପାଇଁ ବ୍ୟାଙ୍କ କୁ ଦେଣ ନେଣ କରିବାକୁ ଆସିଥାଏ। ତେବେ ସରକାର ଙ୍କ ପ୍ରଦତ୍ତ ବ୍ୟାଙ୍କ ନିୟମ ଅନୁଯାୟୀ ବ୍ୟାଙ୍କ ଗୁଡିକ ସଠିକ ସେବା ଯୋଗାଇବା ଓ ସଠିକ ସମୟରେ ଲୋକଙ୍କୁ ସେବା ପ୍ରଦାନ ପାଇଁ ନିୟମ ରହିଥିଲେ ମଧ୍ୟ ଦଶପଲ୍ଲା ଏନ ଏ ସୀ ଅନ୍ତର୍ଗତ ବ୍ୟାଙ୍କ ଅଫ ବରୋଦା ରେ ଦେଖିବାକୁ ମିଳୁଛି ବ୍ୟତିକ୍ରମ। ଦିବା ଦୁଇଟା ସମୟରେ ଖାଇବା ବାହାନାରେ ଗେଟ ଲକ କରାଯାଉଥିବା ଶୁଣାଯାଉଛି। ଯାହାକି ବ୍ୟାଙ୍କ ନିୟମରେ ଉଲଂଘନ। ଖାଦ୍ୟ ଗ୍ରହଣ କରିବା ନିମନ୍ତେ ଗେଟ ବନ୍ଦ କରିବା କେତେ ଯୁକ୍ତିଯୁକ୍ତ ତାହା ଆଲୋଚନା ର ବିଷୟ ପାଲଟିଛି। ତେବେ ଅନେକ ବ୍ୟାଙ୍କ ରେ ଏଭଳି ବ୍ୟାଙ୍କ ର କର୍ମଚାରୀ ଙ୍କ ମନମୁଖୀ କାର୍ଯ୍ୟ କରୁଥିବା ଶୁଣାଯାଉଛି। ଦେଖାଯାଉ କେବେ ଲୋକଙ୍କ ଦୁଃଖ ବ୍ୟାଙ୍କ କର୍ତ୍ତୃପକ୍ଷ ବୁଝୁଛନ୍ତି ତାହା ଦେଖିବାକୁ ବାକି ରହିଲା।

ଦଶପଲ୍ଲା ରୁ ବଳଭଦ୍ର କର ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡିଶା।

Leave a Reply

Your email address will not be published. Required fields are marked *