ବରପାଲି ବ୍ରାହ୍ମଣ ସମାଜ ପକ୍ଷ ରୁ ସାମୁହିକ ବ୍ରତୋପନୟନ ଅନୁଷ୍ଠିତ।

ସମ୍ବଲପୁର ;ତା.୧୯/୦୨(ବିଏମସି ଟିଭି ଓଡିଆ)

ବରପାଲି ବ୍ଲକ ସନାତନି ବ୍ରାହ୍ମଣ ସମାଜ ପକ୍ଷ ରୁ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ସାମୁହିକ ବ୍ରତ ଅନୁଷ୍ଠିତ ହୋଇଥିଲା । ସ୍ଥାନୀୟ ନୃସିଂହ ମନ୍ଦିର ରେ ୧୮ ତାରିଖ ଚାରିକର୍ମ ଅନୁଷ୍ଠିତ ହୋଇଥିବା ବେଳେ ଆଜି ସକାଳେ ବ୍ରତୋପନୟନ ହୋଇ ସନ୍ଧ୍ୟା ରେ ରୋଷଣୀ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଚଳିତ ବର୍ଷ ଜିଲ୍ଲା ତଥା ଅନ୍ୟ ଜିଲ୍ଲାର ମୋଟ ୭ ଜଣ ବଟୁଙ୍କୁ ବ୍ରତ କରାଯାଇ ସାବିତ୍ରୀ ପ୍ରଦାନ କରାଯାଇଥିଲା । ଏହି ବ୍ରତ କାର୍ଯ୍ୟକ୍ରମରେ ମୁଖ୍ୟ ପୁରୋହିତ ଭାବରେ ପଣ୍ଡିତ ହେମନ୍ତ ମିଶ୍ରଙ୍କ ସହ ଯୋଗେଶ ଦାଶ, ନିରଞ୍ଜନ ଦାଶ, ଗୋପାଳ ଶତପଥୀ, ଅଭିନବ ଷଡ଼ଙ୍ଗୀ, ରବିଚନ୍ଦ୍ର ଦେବତା, ଗୋବିନ୍ଦ ଦାଶ, ଢାଲେଶ୍ୱର୍ ରଥ ଏହି ବ୍ରତ କାର୍ଯ୍ୟରେ ନିୟୋଜିତ ଥିଲେ । ବରପାଲି ସନାତନି ବ୍ରାହ୍ମଣ ସମାଜର ବ୍ଲକ ସଭାପତି ପଣ୍ଡିତ କୃଷ୍ଣ ଚନ୍ଦ୍ର ଦେବତା, ସମ୍ପାଦକ ଅରୁଣ କୁମାର ପଣ୍ଡା, ବ୍ରତର ଆବାହକ ବାଲ କିଶୋର ଖାଡଙ୍ଗା, ରମାକାନ୍ତ ତ୍ରିପାଠୀ, ସଦାନନ୍ଦ ଦାଶ, ପୀନାକି ଦାଶ,ନରେନ୍ଦ୍ର କୁମାର ହୋତା, ଆନନ୍ଦ ଚନ୍ଦ୍ର ଦାଶ, ଅଶୋକ କୁମାର ପଣ୍ଡା, ଦାମୋଦର ପଣ୍ଡା, ମେଘନାଦ ମିଶ୍ର, କଲ୍ୟାଣ ଚାନ୍ଦ, ଡକ୍ଟର ରମେଶ ଚନ୍ଦ୍ର କର, କାଳୀ ଚରଣ ଦେବତା , ଶରତ ଚନ୍ଦ୍ର ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ । ସମସ୍ତ ବଟୁଙ୍କୁ ସମାଜ ପକ୍ଷରୁ ପ୍ରମାଣପତ୍ର ମଧ୍ୟ ପ୍ରଦାନ କରାଯାଇଥିଲା।

ସମ୍ବଲପୁର ଜିଲ୍ଲା ପ୍ରତିନିଧି କୈଳାସ ମହାରଣାଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା।

Leave a Reply

Your email address will not be published. Required fields are marked *