ବରପାଲି ମହାବିଦ୍ୟାଳୟ ୫୦ତମ ବାର୍ଷିକ କ୍ରୀଡା ଉଦ୍‌ଘାଟିତ।


ସମ୍ବଲପୁର ;ତା-୦୬/୦୨(ବିଏମସି ଟିଭି ଓଡିଆ)

ବରପାଲି ମହାବିଦ୍ୟାଳୟ ୫୦ତମ ବାର୍ଷିକ କ୍ରୀଡା ଉତ୍ସବ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ ଖେଳପଡିଆରେ ଉଦ୍‌ଘାଟିତ ହୋଇଯାଇଛି। ମହାବିଦ୍ୟାଳୟର ଅଧକ୍ଷା ସୁଶ୍ରୀ ଜୟନ୍ତୀ ଦାସ ଉତ୍ସବକୁ  ଉଦ୍‌ଘାଟନ କରିଥିଲେ। ପୁର୍ବାହ୍ନରେ ସମଲେଶ୍ୱେରୀ ମନ୍ଦିରରୁ ମଶାଲ ଶୋଭାଯାତ୍ରା ବାହାରିଥିଲା । ଅଧ୍ୟକ୍ଷା ପତାକା ଉତ୍ତୋଳନ କଲା ପରେ ଶପଥ ପାଠ କରାଯାଇଥିଲା  ।

କ୍ରୀଡା ସଂସଦ ଉପସଭାପତି ଅଧ୍ୟାପକ ଅଲେଖ ମହାନନ୍ଦ, ସଂସଦର ଅନ୍ୟାନ୍ୟ ସଦସ୍ୟ ଯଥା- ଡ. ଗଙ୍ଗାଧର ମେହେର, ଅଧ୍ୟାପକ ଅଶୋକ କୁମାର ପଧାନ, ଅଧ୍ୟାପକ ଉତ୍ତର କୁମାର ଗଡତିଆ, ଅଧ୍ୟାପକ ଅରୁଣ କୁମାର ବାରିକ, ଡ.ପ୍ରହଲ୍ଲାଦ ଦେବତା, ଅଧ୍ୟାପିକା ଅଞ୍ଜନା ଭୋଇ ଏବଂ ଅଧ୍ୟାପିକା ସୀମା ଭୋଇଙ୍କ ସମେତ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ , ଅଧ୍ୟାପିକା ତଥା କର୍ମଚାରୀ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମକୁ ପରିଚାଳନା କରୁଥିଲେ ସରକାରୀ ଉଚ୍ଚ ବିଦ୍ୟାଳୟର କ୍ରୀଡା ଶିକ୍ଷକ  ମନୋଜ କୁମାର ସାହୁ ଓ ସମଲେଶ୍ୱରୀ ସ୍କୁଲର କ୍ରୀଡା ଶିକ୍ଷକ ରଞ୍ଜନ କୁମାର ବିଶ୍ୱାଳ।



ସମ୍ବଲପୁର ଜିଲ୍ଲା ପ୍ରତିନିଧି କୈଳାସ ମହାରଣାଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା।

Leave a Reply

Your email address will not be published. Required fields are marked *