ବେଲଗୁଣ୍ଠା ବ୍ଳକ ପୁଣି ବିଜେଡ଼ି ଦଖଲରେ।

ବେଲଗୁଣ୍ଠା ; ତା-୨୪/୦୨(ବିଏମସି ଟିଭି ଓଡ଼ିଆ)

ବେଲଗୁଣ୍ଠା ବ୍ଳକ ର ପ୍ରାକ୍ତନ ଅଧକ୍ଷ ପ୍ରସାନ୍ତ କୁମାର ନାୟକଙ୍କ ପରଲୋକ ହେବା ପରେ ସରକାରଙ୍କ ନିର୍ଦେଶ କ୍ରମେ ଗତ ଜାନୁୟାରି ମାସ ତିରିଶି ତାରିଖରେ ବେଲଗୁଣ୍ଠା ପଞ୍ଚାୟତ ସମିତିର ଅଧକ୍ଷ ପଦବୀ ପାଇଁ ବିଜେଡି ସମଥିତ ପ୍ରାର୍ଥୀ ମମତା ଭୋଳ ଓ ବିଜେପି ସମର୍ଥତ ପ୍ରାର୍ଥୀ ଗିତାଞ୍ଜଳି ବିଷୋୟୀ ମଧ୍ୟରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା ।ଏଥିରେ ବିଜେଡି ସମର୍ଥିତ ୯ ଜଣ ସମିତି ସଭ୍ଯ ଓ ବିଜେପି ସମଥିତ ୮ଜଣ ସମିତିସଭ୍ଯ ମତଦାନ କରିଥିଲେ ।ଉପ ନିର୍ବାଚନ ଶାନ୍ତି ଶୃଙ୍ଖଳାରେ ଶେଷ ହୋଇଥିଲେ ମଧ୍ୟ ସେହିଦିନ ଗଣତି କରାଯାଇନଥିଲା । ଉପନିର୍ବାଚନ ପରେ ଭୋଟ ବାକ୍ସକୁ ସିଲ କରାଯାଇ ଭଞ୍ଜନଗର ଟ୍ରେଜେରିର ଟ୍ରଙ୍ଗ ରୁମ ରେ ରଖାଯାଇଥିଲା । ଗଣତି ସ୍ଥଗିତ ରହି ବିଳମ୍ବ ହେବାରୁ କିଛି ଦିନ ତଳେ ବିଜେଡ଼ି ପକ୍ଷରୁ ଭୋଟ୍ ଗଣତି ଏବଂ ଫଳାଫଳ ପ୍ରକାଶ ପାଇଁ ଉଚ୍ଚ ନ୍ୟାୟାଳୟ ର ଆଶ୍ରୟ ନେଇଥିଲା ।ବିଜେଡ଼ି ପକ୍ଷରୁ ହୋଇଥିବା ଅପିଲର ବିଚାର କରି ମାନ୍ୟବର ଅଦାଲତ ତୁରନ୍ତ ଗଣତି କରି ଫଳାଫଳ ଘୋଷଣା କରିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦେଶ ଦେଇଥିଲେ ।ଜିଲ୍ଲା ପ୍ରଶାସନ ଆଜି ଭୋଟ୍ ଗଣତି ସହ ଫଳାଫଳ ଘୋଷଣା କରିବାକୁ ନିଷ୍ପତି ନେଇଥିଲା ।କୋର୍ଟ୍ ଙ୍କ ନିର୍ଦ୍ଦେଶ ପ୍ରକାରେ ଆଜି ଷ୍ଟ୍ରଙ୍ଗ୍ ରୁମ ରେ ସିଲ୍ ହୋଇ ରହିଥିବା ଭୋଟ୍ ବାକ୍ସ୍ ଖୋଲାଯାଇ ଭୋଟ୍ ଗଣତି ହୋଇଥିଲା । ଗଣତି ପରେ ଗାଙ୍ଗପୁର ସମିତି ସଭ୍ୟା,ବିଜେପି ସମର୍ଥିତ ପ୍ରାର୍ଥୀ ତଥା ବିଧାୟକ ନୀଳମଣୀଙ୍କ ଭାଇବୋହୁ ଗୀତାଞ୍ଜଳି ବିଷୋୟୀ ଆଠ ଖଣ୍ଡ ଭୋଟ୍ ପାଇଥିବା ବେଳେ ବିଜେଡ଼ି ସମର୍ଥିତ ପ୍ରାର୍ଥୀ ବଡ଼ବୋର୍ସିଙ୍ଗ ସମିତି ସଭ୍ୟା ମମତା ଭୋଳ ନଅ ଖଣ୍ଡ ଭୋଟ୍ ପାଇ ବିଜୟୀ ହୋଇଥିଲେ । ଆଜି ଗଣତି ସମୟରେ ବୁଗୁଡ଼ା ତହସିଲଦାର ତାପସ୍ ରାଉତ ନିର୍ବାଚନ ଅଧିକାରୀ ଭାବେ ଯୋଗ ଦେଇଥିବା ବେଳେ ବେଲଗୁଣ୍ଠା ବିଡିଓ ବିଜୟ ପ୍ରଧାନ, ତହସିଲଦାର କଳାକୃଷ୍ଣ ପ୍ରଧାନ,ଭଞ୍ଜନଗର ଏସଡିପିଓ ସୁଜିତ୍ କୁମାର ନାୟକ,ବେଲଗୁଣ୍ଠା ଥାନା ଅଧିକାରୀ ବନବିହାରୀ ପ୍ରଧାନ, ଏସ୍ଆଇ ଅଭୟ ପ୍ରଧାନ, ନାରାୟଣ ନାୟକଙ୍କ ସମେତ ଫୋର୍ଶ ମୁତୟନ ହୋଇଥିଲା ।ସମସ୍ତ ପ୍ରକାର ପରିସ୍ଥିତିର ମୁକାବିଲା ପାଇଁ ପୋଲିସ୍ ବାହିନୀ ସଜାଗ ଥିଲେ । ପ୍ରକାଶ ଥାଉକି ପ୍ରାକ୍ତନ ଅଧ୍ୟକ୍ଷ ପ୍ରଶାନ୍ତ ନାୟକଙ୍କ ଦେହାନ୍ତ ପରେ ଉପାଧ୍ୟକ୍ଷା ତଥା ଆମ୍ବପୁଆ ସମିତି ସଭ୍ୟା ପ୍ରମିଳା ପ୍ରଧାନ ଅଧ୍ୟକ୍ଷା ଦାୟିତ୍ୱରେ ଥିଲେ ।କିନ୍ତୁ ପରବର୍ତ୍ତୀ ସମୟରେ ପ୍ରମିଳା ବିଜେଡ଼ି ଛାଡ଼ି ବିଜେପିକୁ ଚାଲିଯିବା ପାରେ ଅଧ୍ୟକ୍ଷ ପଦବୀ ମଧ୍ୟ ବିଜେପି ହାତକୁ ଚାଲି ଯାଇଥିଲା । ଫଳରେ ବିଜେଡି ମହଲରେ ନୈରାଶ୍ୟ ଖେଳି ଯାଇଥିଲା ।କିନ୍ତୁ ବର୍ତ୍ତମାନ ବିଜେଡ଼ି ପୁଣି ବ୍ଳକ୍ ଦଖଲ କରିବା ପରେ ବିଜେଡ଼ି ମହଲରେ ଖୁସିର ଲହରୀ ଖେଳିଯାଇଛି ।ବିଜେଡ଼ି କର୍ମୀ ଏବଂ ନେତାମାନେ ପରସ୍ପରକୁ ମିଠା ଖୁଆଇ ଏବଂ ବାଣ ଫୁଟାଇ ଖୁସି ମନାଇଛନ୍ତି । ଆଜି ଧର୍ମର ବିଜୟ ହୋଇଛି ବୋଲି ବିଜୟୀ ଅଧ୍ୟକ୍ଷା ମମତା ଭୋଳ ପ୍ରକାଶ କରିବା ସହ ଆଗାମୀ ଦିନରେ ରାଜନୀତିରୁ ଉର୍ଦ୍ଧ୍ଵରେ ରହି ସମସ୍ତଙ୍କୁ ନେଇ ବ୍ଳକ୍ ପାଇଁ କାର୍ଯ୍ୟ କରିବେ ବୋଲି ପ୍ରକାଶ କରିଛନ୍ତି । ଆସନ୍ତା ପଂଚାୟତିରାଜ ଦିବସରେ ମମତା ଅଧ୍ୟକ୍ଷା ରୂପେ ଦାୟିତ୍ୱ ଗ୍ରହଣ କରିବେ ବୋଲି ପୂର୍ବତନ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସ୍ୱାଇଁ ପ୍ରକାଶ କରିଛନ୍ତି । ଆଜି ପୂର୍ବତନ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସ୍ୱାଇଁ, ବ୍ଳକ୍ ବିଜେଡ଼ି ସଭାପତି ତଥା ବଡ଼ ବୋର୍ସିଂ ସରପଞ୍ଚ ରାମେଶ୍ଵର ପାତ୍ର, ବେଣୀପଲ୍ଲୀ ସରପଞ୍ଚ ତଥା ସୋରଡା ନିର୍ବାଚନ ମଣ୍ଡଳୀ ଯୁବ ବିଜେଡ଼ି ସଭାପତି ଦୁର୍ଗାମାଧବ ନାୟକ, ଜିଲ୍ଲାପରିଷଦ ବିଦ୍ୟାଧର ବିଷୋୟୀ, ଜିଲ୍ଲାପରିଷଦ ପ୍ରତିନିଧି ଚନ୍ଦ୍ର ଶେଖର ନାୟକ, ବରିଷ୍ଠ ବିଜେଡ଼ି ନେତା ଉମା ନାୟକ, ଗୋବରା ସମିତିସଭ୍ୟ ବିଭୁପାଦ ଜେନା, ଉଢୁରା ସମିତିସଭ୍ୟ ସୁଧାଂଶୁ ଶେଖର ପୋଲାଇ, ପୂର୍ବତନ ସରପଞ୍ଚ ସୀମାଞ୍ଚଳ ବିଷୋୟୀ ଶାସନ ସମିତିସଭ୍ୟା ପିନାକୀନି ବିଷୋୟୀଙ୍କ ସମେତ ବହୁ ବିଜେଡ଼ି କର୍ମୀ ଏବଂ ନେତା ଉପସ୍ଥିତ ଥିଲେ ।

ବେଲଗୁଣ୍ଠା ରୁ ନାରାୟଣ ପଣ୍ଡା ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।

Leave a Reply

Your email address will not be published. Required fields are marked *