ବେଲଗୁଣ୍ଠା ପ୍ରେସକ୍ଳବ ସଦସ୍ୟଙ୍କ ମାତୃ ବିୟୋଗ।

ବେଲଗୁଣ୍ଠା ;ତା-୨୩/୧୨(ବିଏମସି ଟିଭି ଓଡ଼ିଆ)

ବେଲଗୁଣ୍ଠା ପ୍ରେସ୍ରକ୍ଳବ ସଦସ୍ୟ ସନ୍ତୋଷ କୁମାର ଡାକୁଆଙ୍କ ମାତା ଲଷ୍ମୀ ଡାକୁଆ ରବିବାର ସକାଳ ସାତ ଘଣ୍ଟ ପାଞ୍ଚ ମିନିଟ ସମୟରେ ଇହଲୀଳା ସମ୍ବରଣ କରିଛନ୍ତି । ସେ ଦୀର୍ଘ ଦିନ ଧରି ପକ୍ଷାଘାତରେ ଆକ୍ରାନ୍ତ ହୋଇ ଶଯ୍ୟାଶାୟି ଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୭୮ବୟସ ହୋଇଥିଲା । ସ୍ୱର୍ଗତ ଲଷ୍ମୀ ଡାକୁଆଙ୍କ ମୃତ୍ୟୁ ଶଯ୍ୟା ନିକଟରେ ଦୁଇ ପୁଅ ସନ୍ତୋଷ କୁମାର ଡାକୁଆ ଓ ସୁଶାନ୍ତ କୁମାର ଡାକୁଆ, ତିନି ନାତି ଜିତେନ୍ଦ୍ର ଡାକୁଆ, ଶ୍ରୀତମ କୁମାର ଡାକୁଆ , ଗୁରୁଦେବ ଡାକୁଆ, ନାତୁଣୀ ଅଲିସା ଡାକୁଆ,ଦୁଇ ପୁତୁରା ଅଶୋକ କୁମାର ବେହେରା, ଅରୁଣ ବେହେରା ଏବଂ ପରିବାରର ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ । ଲକ୍ଷ୍ମୀ ଡାକୁଆ ଜଣେ ପରଉପକାରୀ ଧର୍ମପରାୟଣା ମହିଳା ଭାବେ ଅଂଚଳରେ ବେଶ ଜଣା ଶୁଣା ଥିଲେ ।  ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବାପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଏଇ ଖବର ପାଇବା ପରେ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶୋକ ପ୍ରକାଶ କରିବା ସହ ଅମର ଆତ୍ମାର ସଦ୍ଗଦି କାମନା କରିଛନ୍ତି ।ଲକ୍ଷ୍ମୀ ଡାକୁଆଙ୍କ ଶବକୁ ଗ୍ରାମ ପରିକ୍ରମା କରାଯାଇ ଗ୍ରାମ ଶ୍ମଶାନରେ ଶେଷକୃତ୍ଯ ସମ୍ପନ୍ନ କରାଯାଇଛି । ବଡ ପୁଅ ସନ୍ତୋଷ ମୁଖାଗ୍ନି ଦେଇଥିଲେ ।

ବେଲଗୁଣ୍ଠା ରୁ ନାରାୟଣ ପଣ୍ଡାଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡିଶା।

Leave a Reply

Your email address will not be published. Required fields are marked *