ଗଞ୍ଜାମ ;ତା-୧୬/୦୫(ବିଏମସି ଟିଭି ଓଡ଼ିଆ)
ବ୍ରହ୍ମପୁର ମହାନଗର ତରଫରୁ ଅପରେସନ ସିନ୍ଦୁରର ସଫଳତାକୁ ରେଶମ ସହର ବାସୀଙ୍କ ନିକଟରେ ପହଞ୍ଚେଇବା ପାଇଁ ଆୟୋଜିତ ମୋଟର ସାଇକେଲ ଶୋଭାଯାତ୍ରାରେ ବିଜେପି ଜିଲ୍ଲା ସଭାପତି ସରୋଜ ସାବତଙ୍କ ପୁରୋହିତରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ବ୍ରହ୍ମପୁର ବିଜେପି ବିଧାୟକ କେ.ଅନିଲ କୁମାର ଯୋଗଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ କେ.ନୂଆଗାଁ ପୋଲିସ ଦ୍ୱାରା ମୁଖ୍ୟମନ୍ତ୍ରୀଙ୍କ ସଭା ପାଇଁ ଚାନ୍ଦା ଆଦାୟ କରି ଗିରଫ ହୋଇଥିବା ଚିକିଟି ଅଞ୍ଚଳର ନିଜକୁ ବିଜେପି ନେତା ବୋଲାଉଥିବା ଶଙ୍କର ପ୍ରଧାନ । ବିଜେଡ଼ି ମେୟର ତଥା ବିଜେଡ଼ି ଜିଲ୍ଲା ସଭାନେତ୍ରୀ ସଂଘମିତ୍ରା ଦଳେଇ ପୂର୍ବତନ କୁକୁଡାଖଣ୍ଡି ତହସିଲଦାର ଭାବାନି ଶଙ୍କର ମିଶ୍ର ଏବଂ କଲ୍ୟାଣୀ ସଂଘମିତ୍ରା ଦେବି ଡେପୁଟି ମେୟର ଇ.ବିବେକ ରେଡ୍ଡୀ ପ୍ରମୁଖ ଉପସ୍ଥିତ ଥିବାବେଳେ କର୍ପୋରେଟର ମାନଙ୍କ ଉପସ୍ଥିତି ଦେଖିବାକୁ ମିଳିନଥିଲା । କର୍ପୋରେଟର ମାନଙ୍କ ମତ ଥିଲା ମହାନଗର ନିଗମ ଚିଠି କରିଥିଲା ତ୍ରିରଙ୍ଗା ଯାତ୍ରା ନିମନ୍ତେ ଆମର ଦେଶ ଏବଂ ଦେଶର ସୈନିକ ମାନଙ୍କ ପ୍ରତି ଯଥେଷ୍ଟ ସାନ୍ନମାନ ଅଛି । କିନ୍ତୁ ମହାନଗର ନିଗମରୁ ରାଲି ବାହାର କରିବା ପରିବର୍ତ୍ତେ ବିଜେଡ଼ି ମେୟର ସଂଘମିତ୍ରା ଦଳେଇ ବିଜେପି ଜିଲ୍ଲା ସଭାପତିଙ୍କ ସଭାପତିତ୍ୱରେ ରାମଲିଙ୍ଗେଶ୍ୱର ପାର୍କ ନିକଟରୁ ଶୋଭାଯାତ୍ରା ବାହାର କରିଥିଲେ ।ନିଜର ସ୍ୱାର୍ଥ ହାସଲ ପାଇଁ ଦେଶର ସୈନିକ ମାନଙ୍କୁ ନେଇ ରାଜନୀତି କରଣ ନ କରାଯାଉ । ଏବଂ ବ୍ରହ୍ମପୁର ସହରରେ ବିଜେଡ଼ି ମଧ୍ୟରେ ଯେଉଁ ହାତଚମଟ ଲାଗି ରହିଚି ତାହାକୁ ବିଜେଡ଼ି ସୁପ୍ରିମ ନବୀନ ପଟ୍ଟନାୟକ ବିଚାର ବିମର୍ଶ କରନ୍ତୁ । ଭୁବନେଶ୍ୱର ମହାନଗର ନିଗମ ତରଫରୁ ମଧ୍ୟ ରାଲି ବାହାର କରାଯାଇଥିଲା କିନ୍ତୁ ଭୁବନେଶ୍ୱର ମେୟରଙ୍କ ପୁରୋହିତରେ ମହାନଗର ନିଗମ ମଧ୍ୟରୁ ହିଁ ରାଲି ବାହାରିଥିଲା । ଏଠି ପ୍ରଶ୍ନ ଉଠିଛି ବ୍ରହ୍ମପୁର କର୍ପୋରେଟର ମାନେ ବ୍ରହ୍ମପୁର ମେୟର ସଂଘମିତ୍ରା ଦଳେଇ ଓ ପୂର୍ବତ୍ତନ କୁକୁଡାଖଣ୍ଡି ତହସିଲଦାର ଭାବନି ମିଶ୍ରଙ୍କ କଥା ଗ୍ରହଣ କରୁନାହାନ୍ତି କି…?
ଗଞ୍ଜାମ ରୁ ନିମାଇଁ ଚରଣ ପଣ୍ଡା ଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା।