ମୋ କଟକ ସୁରକ୍ଷା ମଞ୍ଚର ସ୍ବନକ୍ଷତ୍ର ଉତ୍ସବସଂସଦରତ୍ନ ଭର୍ତ୍ତୁହରି ମହତାବଙ୍କୁ ସର୍ବଶ୍ରେଷ୍ଠ ବାରବାଟୀ ସମ୍ମାନ।

କଟକ ; ତା-୨୫/୦୧(ବିଏମସି ଟିଭି ଓଡ଼ିଆ)

ମୋ କଟକ ସୁରକ୍ଷା ମଞ୍ଚର ୫ମ ସ୍ବନକ୍ଷତ୍ର ଉତ୍ସବ ଯୋବ୍ରା ସ୍ଥିତ ନୌବାଣିଜ୍ୟ ସଂଗ୍ରହାଳୟ ପରିସରରେ ମଞ୍ଚର ମୂଖ୍ୟ ଉପଦେଷ୍ଟା ଚୌଧୁରୀ ପ୍ରଭାତ କେଶରୀ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି ।

ଉକ୍ତ ଉତ୍ସବକୁ କଟକ ସାଂସଦ ଭର୍ତ୍ତୁହରି ମହତାବ ଆନୁଷ୍ଠାନିକ ଭାବେ ଉଦଘାଟନ କରିବାପରେ ତାଙ୍କୁ ଅନୁଷ୍ଠାନ ପକ୍ଷରୁ ଉତ୍ତରୀୟ ଓ ମୁକୁଟ ପରିଧାନ କରାଇ ସର୍ବଶ୍ରେଷ୍ଠ ନାଗରିକ ବାରବାଟୀ ସମ୍ମାନରେ ସମ୍ମାନିତ କରାଯାଇଥିଲା ।

ଅନୁଷ୍ଠାନର ସମ୍ପାଦକ ଜିତେନ୍ଦ୍ର ସାହୁ ବାର୍ଷିକ ବିବରଣୀ ପାଠ କରିବା ପରେ ମୁଖ୍ୟ ଅତିଥିଭାବେ ମେୟର ସୁବାଷ ସିଂ ଯୋଗଦେଇ ମୋ କଟକ ସୁରକ୍ଷା ମଞ୍ଚ କରୁଥିବା ଜନହିତକର କାର୍ଯ୍ୟ ସମ୍ପର୍କରେ ଭୁୟସୀ ପ୍ରଶଂସା କରିଥିଲେ ।

ସମ୍ମାନିତ ଅତିଥିଭାବେ ଚୌଦ୍ୱାର-କଟକ ବିଧାୟକ ସୌଭିକ ବିଶ୍ୱାଳ, ବାରବାଟୀ-କଟକ ପୂର୍ବତନ ବିଧାୟକ ଇଂ ମହମ୍ମଦ ମୋକିମ, ବିଜେପି ନେତ୍ରୀ ନମିତା ମଞ୍ଜରୀ ସାହୁ, ଯୁବ ସମାଜସେବୀ ଶୋଭେନ ମହାନ୍ତି, ସମାଜସେବୀ ସୁଶୀଲ ନାଥ, ଉପଦେଷ୍ଟା ଅଶୋକ ମହାନ୍ତି, ସ୍ଥାନୀୟ କର୍ପୋରେଟର ଜେ.କାମେଶ୍ଵର ରାଓ

ପ୍ରମୁଖ ଯୋଗଦେଇ ମୋ କଟକ ସୁରକ୍ଷା ମଞ୍ଚ କଟକର ଉନ୍ନତି ନିମନ୍ତେ କରୁଥିବା କାର୍ଯ୍ୟ ବିଷୟରେ ସମ୍ୟକ ଆଲୋକପାତ କରିଥିଲେ । ଉତ୍ସବରେ କଟକଜିଲ୍ଳାର ୨୦୨୪ମାଟ୍ରିକ ପରୀକ୍ଷାରେ ସଫଳତା ହାସଲ କରିଥିବା ୧୯ଜଣ ଛାତ୍ରଛାତ୍ରୀ, ସାମ୍ବାଦିକ, ବିଭିନ୍ନ ସାମାଜିକ ସଂଗଠନ, ସୂଚନାଧିକାରୀ କର୍ମୀ,ଡକ୍ଟର ତୋଫାନ ଦାସ

ସମାଜସେବୀ, ବାରବାଟୀ. ସମ୍ମାନରେ ସମ୍ମାନିତ କରାଯାଇଥିବା ବେଳେ କଟକ ସହରର ବୁଦ୍ଧିଜୀବୀ, କର୍ପୋରେଟର, ଦଳୀୟ ନେତାକର୍ମୀ ଯୋଗଦେଇଥିଲେ।ଶେଷରେ ଅନୁଷ୍ଠାନର ସଭାପତି ଅକ୍ଷୟ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

କଟକ ରୁ ତୋଫାନ ଦାସ ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।

Leave a Reply

Your email address will not be published. Required fields are marked *