ନୟାଗଡ ;ତା-୦୨/୦୬(ବିଏମସି ଟିଭି ଓଡ଼ିଆ)
ପ୍ରଥମେ ଦେଖିବା ବିକାଶର ମାନେ କଣ ? ବିକାଶ ର ଚିତ୍ର ଆଜି ହୋଇଛି ବାଟବଣା। ଶିକ୍ଷା କୁ ସରକାର ଅଧିକ ଗୁରୁତ୍ୱ ଦେଉଛନ୍ତି ହେଲେ ତାହା କାଗଜ କଲମରେ ବୋଧହୁଏ ସୀମିତ ହୋଇ ରହିଯାଉଛି। ଏଠି ଦେଖିବାକୁ ଗଲେ ୧୯୫୮ମସିହାରୁ ଗଠିତ ହୋଇଥିବା ଦଶପଲ୍ଲା ବ୍ଲକ ଅନ୍ତର୍ଗତ ଦିଣ୍ଡାଭୂଇଁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ଅବସ୍ଥା । ଦୀର୍ଘ ୬୭ ବର୍ଷ ର ସ୍କୁଲ ମାତ୍ର ଏଠି ନାହିଁ ନ ଥିବା ସମସ୍ୟା। ୧୦୦ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ଥିବା ବେଳେ ଛାତ୍ର ଛାତ୍ରୀ ଙ୍କ ସୁରକ୍ଷା ନିମିତ୍ତ ଶିକ୍ଷା ବିଭାଗ ର କୌଣସି ନିଘା ନାହିଁ। ପିଲାଙ୍କ ପାଇଁ ଉଦିଷ୍ଟ ଶ୍ରେଣୀ ଗୃହ ଗୁଡିକ ର ଅବସ୍ଥା ଭଲ ନ ଥିବା ବେଳେ ଉନ୍ନତ ମାନର ଶୌଚାଳୟ ନାହିଁ। ପରିବେଶ କଥା ନ କହିଲେ ଭଲ। କାରଣ ସ୍କୁଲ ପରିସରରେ ବିଭିନ୍ନ ଛୋଟ ବଡ଼ ଗଛ ସହ ଆବର୍ଜନାରେ ପରିପୂର୍ଣ୍ଣ। ଛାତ୍ର ଛାତ୍ରୀ ଙ୍କ ସୁରକ୍ଷା ନିମିତ୍ତ ପାଚେରୀ ମଧ୍ୟ ନାହିଁ। ବହୁତ ସମସ୍ୟା ମଧ୍ୟରେ ସ୍କୁଲ ଗେଟ ଟି ତିଆରି ହୋଇଛି ତାହା ପୁଣି ସମ୍ପୂର୍ଣ ହୋଇନାହିଁ।ତେବେ ଏଠି ପ୍ରଶ୍ନ ଉଠୁଛି ଶିକ୍ଷା ବିଭାଗର ପିଲାଙ୍କ ପ୍ରତି କେତେ ଆନ୍ତରିକତା।ତେବେ ଏଥିପାଇଁ ଦାୟୀ କିଏ ? ଶିକ୍ଷା ବିଭାଗ ନା ଅଭିଭାବକ ନା ଶିକ୍ଷକ ଶିକ୍ଷୟତ୍ରୀ ନା ସରକାର। ତେବେ କଣ ୟାକୁ କହିବ ବିକାଶ ? ଏପଟେ ସରକାର ସ୍ମାର୍ଟ ସ୍କୁଲ ର ପରିକଳ୍ପନା କରିବା ଏକ ପ୍ରକାର ହାସ୍ୟାସ୍ପଦ କଥା ବୋଲି ଅଭିଭାବକ ମହଲ ରେ ଆଲୋଚନା ହେଉଛି।
ଦଶପଲ୍ଲା ରୁ ବଳଭଦ୍ର କର ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।