ମା ସରସ୍ବତୀଙ୍କର ଭସାଣୀଯାତ୍ରା ଆୟୋଜିତ।

ରାଇରଙ୍ଗପୁର ; ତା-୦୫/୦୨(ବିଏମସି ଟିଭି ଓଡ଼ିଆ)

ମୟୂରଭଞ୍ଜ ଜିଲ୍ଲା ବାମନଘାଟୀ ଉପଖଣ୍ଡ ରାଇରଙ୍ଗପୁର ବ୍ଲକ ଭାଲୁବସା ପଞ୍ଚାୟତ ଅଧିନସ୍ଥ ନାଗବଣ ନିକଟସ୍ଥ ରାଖାସାହି ଠାରେ ଥିବା ଫ୍ରେଣ୍ଡସ୍ କ୍ଲବ ଆନୁକୂଲ୍ଯରେ ମା ସରସ୍ବତୀ ପୂଜାପାର୍ବଣର ଭସାଣିଯାତ୍ରା ମହାଆଡମ୍ବର ଓ ଜାକଜକମରେ ଆୟୋଜିତ ହୋଇଯାଇଛି । ସୂଚନାଯୋଗ୍ଯ, ଏହା ୨୦୦୦ ମସିହା ଠାରୁ ଆରମ୍ଭ ହୋଇ ଅଧ୍ଯାବଧି ୨୫ ବର୍ଷ ପଦାର୍ପଣ ରେ ସାହିବସ୍ତିବାସିନ୍ଦାଙ୍କ ସାହାଯ୍ଯ ଓ ସହଯୋଗରେ ପୂଜାକର୍ମକାଣ୍ଡ ଓ ଭସାଣିଯାତ୍ରା ସୁରୁଖୁରରେ ହୋଇଯାଇଛି ।

ଏଥିରେ ଲୋକମାନଙ୍କ ଭିତରେ ଏକତା ଓ ଭାଇଚାରା ସ୍ବଭାବଭାବ ପରିଲକ୍ଷିତ ହେଉଛି ।ଉକ୍ତ୍ର ଭସାଣି ଯାତ୍ରାରେ ଗାଁ ଲୋକେ ହର୍ଷଆନନ୍ଦରେ ନାଚିକୁଦି ମା ସରସ୍ବତୀଙ୍କର ଭସାଣି ସମ୍ପନ୍ନ କରିଥିଲେ । ଏହି ଧାର୍ମିକ ବାତାବରଣରେ କମିଟୀର ମନୋଜ କୁମାର କାଳନ୍ଦି, ସୁମନ୍ତ କୁଆଁର, ରାଜେଶ କୁଆଁର, ମନୋମଥ କୁଆଁର, ହେମନ୍ତ କାଳନ୍ଦି, ଅର୍ଜୁନ କାଳନ୍ଦି, ଦିନେଶ କୁଆଁର, ବାପୁନ ମହାନ୍ତ, ରଂଜନ ବିନ୍ଧାଣି, କାର୍ତ୍ତିକ ସିଂ, ରବିନ ସିଂ, ମହେଶ କୁଆଁର, ଲୋକନାଥ କୁଆଁର, ବିନୋଦ କାଳନ୍ଦି ଓ ଝୁନଜୁନି ସିଂ ପ୍ରମୁଖ ଉପସ୍ଥିତ ରହି ଭସାଣିଯାତ୍ରା କୁ ସଫଳ କରିଥିଲେ ।

ରାଇରଙ୍ଗପୁର ରୁ ଉତ୍ତମ ରାମଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।

Leave a Reply

Your email address will not be published. Required fields are marked *