ଓଡ଼ିଶା ସରକାରଙ୍କ ବାଣିଜ୍ୟ, ପରିବହନ, ଖଣି ଓ ଇସ୍ପାତ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ବ୍ରହ୍ମପୁର ମହାନଗର ନିଗମ ପ୍ରତିନିଧି ଭାବେ ନିଯୁକ୍ତି ହେଲେ।

ଗଞ୍ଜାମ ;ତା-୧୨/୦୪(ବିଏମସି ଟିଭି ଓଡ଼ିଆ)

ଓଡ଼ିଶା ସରକାରଙ୍କ ବାଣିଜ୍ୟ, ପରିବହନ, ଖଣି ଓ ଇସ୍ପାତ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ବ୍ରହ୍ମପୁର ମହାନଗର ନିଗମ ପ୍ରତିନିଧି ଭାବେ ନିଯୁକ୍ତି ହେଲେ ଭାରତୀୟ ଜନତା ପାର୍ଟିର ଯୁବନେତା ତଥା ଗଞ୍ଜାମ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଶିବ ଶଙ୍କର ନାୟକ । ଯୁବନେତା ଶ୍ରୀ ନାୟକ ପୂର୍ବରୁ ବ୍ରହ୍ମପୁର ମହାନଗର ନିଗମ ଅନ୍ତର୍ଗତ ଶିଳ୍ପାଞ୍ଚଳ ମଣ୍ଡଳ ଭାରତୀୟ ଜନତା ପାର୍ଟିର ମଣ୍ଡଳ ସଭାପତି ଭାବେ ସୂଚାରୁରୂପେ ଦାୟୀତ୍ଵ ତୁଲାଇଥିଲେ । ବର୍ତ୍ତମାନ ତାଙ୍କ ମା ସାବିତ୍ରୀ ନାୟକ ୩୯ ନଂ ୱାର୍ଡ଼ର କର୍ପୋରେଟର ଅଛନ୍ତି । ଗଞ୍ଜାମ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଶିବ ଶଙ୍କର ନାୟକ ତାଙ୍କ ଯୁବ ନେତୃତ୍ବର ପରାକାଷ୍ଠା ପ୍ରତିପାଦନ କରିସାରିଛନ୍ତି । ଆଜି ବ୍ରହ୍ମପୁର ମହାନଗର ନିଗମ କାର୍ଯ୍ୟାଳୟରେ ବ୍ରହ୍ମପୁର ମହାନଗର ନିଗମ କମିଶନର ଭବାନୀ ଶଙ୍କର ମିଶ୍ରଙ୍କୁ ସାକ୍ଷାତ କରି ମାନ୍ୟବର ମନ୍ତ୍ରୀଙ୍କ ନିଯୁକ୍ତି ପତ୍ର ହସ୍ତାନ୍ତର କରିବା ସହ ବ୍ରହ୍ମପୁର ମହାନଗରର ବିଭିନ୍ନ ବିଷୟ ଉପରେ ଆଲୋଚନା କରିଥିଲେ । ତାଙ୍କ ନେତୃତ୍ବ ଉପରେ ବିଶ୍ୱାସ କରି ବ୍ରହ୍ମପୁର ମହାନଗର ନିଗମ ପ୍ରତିନିଧି ରୂପେ ନିଯୁକ୍ତି (ଗୁରୁଦାୟୀତ୍ୱ) ଦେଇଥିବାରୁ ଯୁବନେତା ଶ୍ରୀ ନାୟକ ମାନ୍ୟବର ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହ ଧନ୍ୟବାଦ ଜଣାଇଛନ୍ତି ।


ଗଞ୍ଜାମ ରୁ ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।

Leave a Reply

Your email address will not be published. Required fields are marked *