କଟକ ; ତା-୨୦/୧୨ (ବିଏମସି ଟିଭି ଓଡ଼ିଆ)
ମନରେଗା ଯୋଜନା କାମ ପଛେଇବାରୁ ଆକ୍ସନ । କାର୍ଯ୍ୟରତ ୧୨ ଏଡିଇଓଙ୍କ ଦରମା ବନ୍ଦ ନିର୍ଦ୍ଦେଶ ଦିଆଯାଇଛି । ଟାଙ୍ଗୀ-ଚୌଦ୍ୱାର ଓ ନରସିଂହପୁର ବ୍ଲକ ଏଡିଇଓଙ୍କ ଦରମା ବନ୍ଦ କରାଯାଇଛି । ଦରମା ବନ୍ଦ ପାଇଁ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀଙ୍କ ନିର୍ଦ୍ଦେଶ ଦେଇଛନ୍ତି ।
ସୂଚନାଯୋଗ୍ୟ ଯେ, କଟକ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଗତ ୧୮ ତାରିଖରେ ମନରେଗା ଯୋଜନାର ତର୍ଜମା କରୁଥିଲେ । ଏହି ତର୍ଜମାରୁ ଜିଲ୍ଲାପାଳ ଜାଣିବାକୁ ପାଇଥିଲେ ଏଡିଇଓ ମାନେ ଶତପ୍ରତିଶତ ମନରେଗା କାର୍ଯ୍ୟ କରିନାହାନ୍ତି । କଟକ ଜିଲ୍ଲାର ୧୪ଟି ବ୍ଲକ୍ ମଧ୍ୟରୁ ଟାଙ୍ଗୀ-ଚୌଦ୍ୱାର ଓ ନରସିଂହପୁର ବ୍ଲକ ବ୍ୟତୀତ ଅନ୍ୟ ୧୨ଟି ବ୍ଲକ୍ ରେ କାର୍ଯ୍ୟରତ ଏଡିଇଓ ମାନଙ୍କ ଦରମା ବନ୍ଦ କରିବାକୁ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀଙ୍କ ବିଡ଼ିଓ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲାରେ ମନରେଗା ଯୋଜନା କାର୍ଯ୍ୟ ପଛେଇଥିବା ନେଇ ଏଭଳି ନିର୍ଦ୍ଦେଶନାମା ଦିଆଯାଇଛି ।
ବିଏମସି ନ୍ୟୁଜ୍ ଓଡିଶା।