ଅଡ଼ବା ପୋଲିସକୁ ବଡ଼ ସଫଳତା, 615  କିଲୋ ଗଞ୍ଜେଇ ଜବତ ସହ ୨ ମାଫିଆ ଗିରଫ  ।


ଗଜପତି:- ତା – ୧୪/୦୫/୨୫ (ବିଏମସି ଟିଭି ଓଡ଼ିଆ)

ଗଜପତି ଜିଲା ଅଡବା ଥାନା ଅନ୍ତର୍ଗତ ବିରିକୋଟ ପଞ୍ଚାୟତ ଯୋଡ଼ାଆମ୍ବ ଗାଁ ନିକଟରୁ ଏକ ୧୦ ଚକିଆ ଟ୍ରକ ଯୋଗେ ପଞ୍ଜାବକୁ ଗଞ୍ଜେଇ ଚୋରା ଚାଲାଣ ହେଉଥିଲା। ଏନେଇ ଅଡବା ପୋଲିସକୁ ବିଶେଷ ସୂତ୍ରରୁ ସୂଚନା ମିଳିବା ପରେ ଅଡବା ଥାନା ଅଧିକାରୀ ଶୁଭ୍ରାଂଶୁ କୁମାର ପଣ୍ଡାଙ୍କ ନେତୃତ୍ୱରେ ଏକ ଟିମ୍‌ ଗଠନ କରାଯାଇଥିଲା। ମଙ୍ଗଳବାର ପୂର୍ବାହ୍ନରେ ଗାଡ଼ିରେ ଗଞ୍ଜେଇ ଲୋଡ୍‌ ହେଉଥିବା ବେଳେ ଅଡବା ପୋଲିସ ଚଢ଼ାଉ କରିଥିଲା। ହେଲେ ଘଟଣାସ୍ଥଳରୁ ଡ଼୍ରାଇଭର ଫେରାର ହୋଇଯାଇଥିବା ବେଳେ ପଞ୍ଜାବ ରାଜ୍ୟର ଗଞ୍ଜେଇ ମାଫିଆ ଦିଲବାଗ ସିଂ ଓ ଗଜପତି ଜିଲା ପରମାଗୁଡା ଗାଁର ରଞ୍ଜନ ନାୟକଙ୍କୁ ପୋଲିସ ଗିରଫ କରିଛି। ଗାଡ଼ିରୁ ୬୧୪ କିଲୋ ୮୦୦ ଗ୍ରାମର ଗଞ୍ଜେଇ ଜବତ ହୋଇଛି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୬୦ ଲକ୍ଷ ଟଙ୍କାରୁ ଊଦ୍ଧର୍‌ବ ହେବ ବୋଲି ଅଡ଼ବା ଥାନା ଅଧିକାରୀ ସୂଚନା ଦେଇଛନ୍ତି। ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।

ଗଜପତି ରୁ ମନୋଜ କୁମାର ପାଢ଼ୀ ଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଆ।

Leave a Reply

Your email address will not be published. Required fields are marked *