ବିହାରୀ ଏକତା ସଂଘ ର ହୋଲୀ ମିଳନ ପ୍ରସ୍ତୁତି ବୈଠକ।

ରାଇରଙ୍ଗପୁର ; ତା-୨୮/୦୨(ବିଏମସି ଟିଭି ଓଡ଼ିଆ)

ସ୍ଥାନୀୟ ପାଡିଆ ଧର୍ମଶାଳାରେ ବିହାରୀ ଏକତା ସଂଘ ରାଇରଙ୍ଗପୁର ର ହୋଲୀ ମିଳନ ୨୦୨୫ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ସଂଘ ସଭାପତି ଲାଲବାବୁ ସାଓ ଙ୍କ ସଭାପତିତ୍ବରେ ଆୟୋଜିତ ଏହି ସଭାରେ ରାଇରଙ୍ଗପୁର ର ସମସ୍ତ ସମ୍ପ୍ରଦାୟର ଲୋକମାନଙ୍କୁ ସାମିଲ କରିବାର ଯୋଯନା କରାଯାଇଛି।ମାର୍ଚ୍ଚ ୧୦ତାରିଖରେ ପାଡିଆ ଧର୍ମଶାଳାରେ ହୋଲୀ ମିଳନ ଆୟୋଜିତ କରାଯିବ। ବିଜୟ ରାମ ହୋଲୀ ପରେ ପରେ ଏକ ରକ୍ତଦାନ ଶିବିର ଆୟୋଜିତ ହେବାର ପ୍ରସ୍ତାବ ରଖିଥିଲେ ଯାହା ସର୍ବସମ୍ମତ ରେ ପାରିତ ହୋଇଥିଲା। ଏହି ବୈଠକ ରେ କିଶୋର ରଜକ, ରାଜେଶ ପ୍ରଜାପତି, ବୈଦ୍ୟନାଥ ସାଓ, ମୟୁର ଗୁପ୍ତା, ଅବଧେଶ ମିଶ୍ର, ମନୋଜ ସିଂହ, ରଂଜିତ ରାମ, କୃଷ୍ଣ ମୁରାରୀ ଜୟସବାଲ, ନିଖିଲ ସାଓ ଓ ଅନ୍ଯାନ୍ଯ ସଦସ୍ଯ ମାନେ ଉପସ୍ଥିତ ରହି ସଫଳ ଆୟୋଜନ କାମନା କରିଥିଲେ।

ରାଇରଙ୍ଗପୁର ରୁ ଉତ୍ତମ ରାମ ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।

Leave a Reply

Your email address will not be published. Required fields are marked *