ସମ୍ବଲପୁର :ତା-୦୫/୦୩(ବିଏମସି ଟିଭି ଓଡିଆ)
ବରପାଲି ବିଜୁ ଜନତା ଦଳ ପକ୍ଷରୁ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଜନ୍ମଜୟନ୍ତୀ ପାଳିତ ହୋଇଯାଇଛି। ମହେନ୍ଦ୍ର ମେହେରଙ୍କ ସଭାପତିତ୍ବରେ ଆୟୋଜିତ ସଭାକାର୍ଯ୍ଯ ସ୍ଥାନୀୟ ଗଙ୍ଗାଧର କଲ୍ୟାଣ ମଣ୍ତପ ପରିସରରେ ପରିଚାଳିତ ହୋଇଥିଲା। ମୂଖ୍ୟଅତିଥି ଭାବରେ ପୁର୍ବତନ ମନ୍ର୍ତୀ ରିତା ସାହୁ କାର୍ଯ୍ଯକ୍ରମକୁ ଉଦ୍ଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ବ୍ଳକ ଅଧ୍ୟକ୍ଷା ରିନା ଥଇତ, ବରିଷ୍ଠ ନେତା ଲାଲ ବିକ୍ରମ ସିଂଦେଓ, କିଶୋର ଦେବତା, ସୌରଭ ସାହୁ, ଅନ୍ତ ସେଟ, ଗୋବିନ୍ଦ ପଧାନ, ସୁରେନ୍ଦ୍ର ପଧାନ, ଗୌରହରି ମିଶ୍ର, କୈଳାଶ ମହାରଣା, ଦିଲ୍ଲିପ ପଧାନ, ମଧୁ ପଧାନ, ନାଗର ପଧାନ ପ୍ରମୁଖଙ୍କ ସହ ବହୁ ଦଳୀୟ ନେତା ଓ କର୍ମି ଉପସ୍ଥିତ ରହିଥିଲେ। ଅତିଥି ମାନେ ବିଜୁ ବାବୁଙ୍କ ଆଦର୍ଶ, ଭାବବେଗ, ଉଦାରତା, ମାନବୀୟ ଗୁଣ ଉପରେ ଆଲୋଚନା କରିଥିଲେ। ବରିଷ୍ଠ ନେତା ଟିକାଏତ ମହତ୍ତମ ଧନ୍ୟବାଦ ଅର୍ପଣ କରିଥିଲେ।
ସମ୍ବଲପୁର ଜିଲ୍ଲା ପ୍ରତିନିଧି କୈଳାସ ମହାରଣାଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା।