ଫୁଲବାଣୀରେ ବିଜୁଜନତା ଦଳର ୨୮ତମ ପ୍ରତିଷ୍ଠା ଦିବସ ପାଳିତ।

ଫୁଲବାଣୀ ;ତା-୨୬/୧୨(ବିଏମସି ଟିଭି ଓଡ଼ିଆ)

କନ୍ଧମାଳ ଜିଲ୍ଲା ଫୁଲବାଣୀ ସଦର ମହକୁମା ବିଜୁପଟ୍ଟନାୟକ କଲ୍ୟାଣ ମଣ୍ଡପରେ ପୌରାଧ୍ୟାକ୍ଷା ପାୟେଲ ବେହେରା ଙ୍କ ନେତୃତ୍ୱରେ ୨୮ତମ ବିଜେଡି ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି ।ଆଜିର ପ୍ରତିଷ୍ଠା ଦିବସରେ କନ୍ଧମାଳ ଜିଲ୍ଲାର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ପଦ୍ମନାଭ ବେହେରା ମୁଖ୍ୟ ଅତିଥିଭାବେ ଯୋଗଦାନ କରିଥିବା ବେଳେ ସନମାନୀତ ଅତିଥିଭାବେ ପୂର୍ବତନ ମନ୍ତ୍ରୀ ବିଷ୍ନୁପ୍ରିୟା ବେହେରା, ପୂର୍ବତନ ବିଧାୟକ ଡୁଗୁନି କହଁର, ଅଙ୍ଗଦ କହଁର, ମହିଳା ସଭାନେତ୍ରୀ ସୁଶ୍ରୀ ପୁନମ କହଁର, ଜିଲ୍ଲା ବିଜେଡି ଯୁବ ସଭାପତି ବିଷ୍ଣୁ ଚରଣ ମଳିକ, ଛାତ୍ର ବିଜେଡି ସଭାପତି ସୁନୀଲ କୁମାର ସେଠି, ବରିଷ୍ଠ ଆଇନଜୀବୀ ସମାଜ ସେବି ତଥା ଗୋଟି ଚାଳନାର ଚାଣକ୍ୟ ସତ୍ୟନାରାୟଣ ବେହେରା, ସମସ୍ତ ବ୍ଲକ ସଭାପତି, ବ୍ଲକ ଚେୟାରମ୍ୟାନ,ସରପଞ୍ଚ, ସମିତି ସଭ୍ୟ, ପୂର୍ବତନ ଚେୟାରମ୍ୟାନ ପ୍ରତାପ ପାତ୍ର, ବୀରେନ୍ଦ୍ର କହଁର, ଜୟଶ୍ରୀ କହଁର , ନୀଳଗିରି ଡିଗାଲ,ସମେତ ଫୁଲବାଣୀ ପୌର ପରିଷଦର କାଉନ ସିଲର ରାଜେନ୍ଦ୍ର ପାଢ଼ୀ, ସୁଶ୍ରୀ ମାଧବୀ ମିଶ୍ର, ମୃତ୍ୟୁଞ୍ଜୟ ପେରା, ଶ୍ରୀବତ୍ସଚ୍ଛ ବେହେରା ସମେତ ଅନ୍ୟ ସମସ୍ତ କାଉନ ସିଲର ମାନେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ। ରାଜ୍ୟରେ ବିଜୁଜନତା ଦଳ ହାରିଯାଇଥିଲେ ମଧ୍ୟ୍ୟ ବର୍ତ୍ତମାନ ସୁଦ୍ଧା ଦଳ ପ୍ରତି ତଥା ଓଡ଼ିଶାର ଲୋକପ୍ରିୟ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଙ୍କ ପ୍ରତି ଜନସମ୍ପର୍କ ଅତୁଟ ରହିଥିବା ବକ୍ତା ମାନେ ପ୍ରକାଶ କରିଥିଲେ ଓ ଆଗାମୀ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ରେ ସମସ୍ତେ ଏକଜୁଟ ହୋଇ ଦଳପାଇଁ କାମ କଲେ ଆଗାମୀ ଦିନରେ ଦଳୀୟ ସଂଗଠନ ସୁଦୃଢ ହୋଇପାରିବା ସହିତ ଦଳ ପୁନଃ କ୍ଷମତାକୁ ଫେରିପାରିବ ବୋଲି ଉପସ୍ଥିତି ସମସ୍ତ କର୍ମକର୍ତ୍ତା ଦମ୍ଭୋକ୍ତି ପ୍ରକାଶ କରିଥିଲେ । ଆଜିର ପ୍ରତିଷ୍ଠା ଦିବସକୁ ସଫଳ କରିବାପାଇଁ ପୂର୍ବତନ ସାଂସଦ ପ୍ରତିନିଧି ତଥା ଡ଼ାଇନାମିକ ବିଜେଡି ଯୁବନେତା ବିକ୍ରମ ବେହେରା ସକ୍ରିୟ ଅଂଶ ଗ୍ରହଣ କରି ସମସ୍ତ ଦାୟିତ୍ୱ ସମ୍ପାଦନ କରୁଥିବାର ଦେଖିବାକୁ ମିଳିଥିଲା । ଗତ ସାଧାରଣ ନିର୍ବାଚନ ରେ ଦଳ ହାରିଯାଇଥିବା ଓ ଅଙ୍ଗଦ କହଁର ଜିଲ୍ଲା ସଭାପତି ପଦରୁ ଇସ୍ତଫା ଦେବାଓ ବର୍ତମାନ ସୁଦ୍ଧା ଜିଲ୍ଲା ସଭାପତି ଭାବେ କାହାକୂ ସଭାପତି ଦାୟିତ୍ୱ ଦିଆଯାଇନ ଥିବା ଯୋଗୁଁ ଧୀରେ ଧୀରେ କନ୍ଧମାଳରେ ବିଜେଡି ଦିଶାହୀନ ହେବାରେ ଲାଗିଛି, ତଥାପି ଏଭଳି ପରିସ୍ଥିତି ରେ କର୍ମକର୍ତ୍ତା ମାନେ ଆଗାମୀ ନିର୍ବାଚନ ଗୁଡିକ ସାମ୍ନା କରି ଦଳକୁ ବିଜୟୀ କରିବାପାଇଁ ସଂକଳ୍ପ ଗ୍ରହଣ କରିଥିବାର ଦେଖିବାକୁ ମିଳିଥିଲା ।କିନ୍ତୁ ବର୍ତ୍ତମାନ କନ୍ଧମାଳ ଜିଲ୍ଲା ବିଜେଡି ଦିଶା ହୀନ ହୋଇପଡିଥିବା ଦେଖିବାକୁ ମିଳୁଛି, ଯଦି ଜଣେ ଦକ୍ଷ ଅଭିଜ୍ଞ ସମ୍ପନ୍ନ ବ୍ୟକ୍ତିଙ୍କୁ ଯଦି ଦଳ ସମ୍ଭାଳିବାକୁ ଦାୟିତ୍ୱ ନ ଦିଏ ତାହେଲେ ଜିଲ୍ଲାରେ ସମ୍ପୂର୍ଣ୍ଣ ଭାବେ ବିଜେଡିର ଗଡ଼ ଭୁଶୁଡି ପଡିବ ବୋଲି ରାଜନୈତିକ ମହଲ ରେ ଚର୍ଚ୍ଚା ଆରମ୍ଭ ହେବାରେ ଲାଗିଥିବା ଦେଖିବାକୁ ମିଳୁଛି, ହେଲେ ଦେଖାଯାଉ ଆଗାମୀ ଦିନରେ ଶାସକ ବିଜେପି ବିରୋଧରେ ବିଜେଡି କିଭଳି ସାମ୍ନା କରିବାକୁ ଯାଉଛି ତାହା ତ ଆଗାମୀ ପଂଚାୟତ ନିର୍ବାଚନରେ ପ୍ରତିଫଳିତ ହେବ ।

ଫୁଲବାଣୀରୁ କ୍ଷୀରୋଦ କୁମାର ସାହାଣୀ ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।

Leave a Reply

Your email address will not be published. Required fields are marked *