ପରାକ୍ରମ ଯାତ୍ରା ରେ ବାଇକ୍ ରାଲି ଅନୁଷ୍ଠିତ ।

କୋରାପୁଟ ;ତା-୧୬/୦୫(ବିଏମସି ଟିଭି ଓଡ଼ିଆ)

ଆଜି ସ୍ଥାନୀୟ ବାଳକ ହାଇସ୍କୁଲ ପଡ଼ିଆ ଠାରୁ ଓ ଏମ ପି ତୃତୀୟ ପୋଲିସ ବାଟାଲିୟନ ପଡ଼ିଆ ଯାଏ କୋରପୁଟ ଜିଲା ପ୍ରଶାସନ ପକ୍ଷରୁ ଏକ ବାଇକ୍ ରାଲି ଦେଶ ମାତୃକାର ପାଇଁ ଅନୁଷ୍ଠିତ ହୋଇଯାଇଛି । କୋରାପୁଟ ଜିଲ୍ଲାପାଳ ଭି କୀର୍ତ୍ତି ଭାସନ୍ ଏହି ରାଲି କୁ ଉଦଘାଟନ କରିଥିଲେ । ଜିଲ୍ଲା ପୋଲିସ ଆରକ୍ଷୀ ଅଧିକ୍ଷକ ରୋହିତ ଶର୍ମା ସମେତ ଜିଲା ପୋଲିସର ବରିଷ୍ଠ ଅଧିକାରୀମାନେ ଏଥିରେ ସାମିଲ୍ ହୋଇଥିଲେ । ତୃତୀୟବାଟାଲିୟନ ସୀମା ସୁରକ୍ଷା ବାହିନୀ ଆଇ ଆର ବି ପୋଲିସ୍ ଏଥିରେ ସାମିଲ୍ ହୋଇଥିଲେ । ଦୀର୍ଘ ଚାରି କିମି ଦୂର ଏହି ବାଇକ୍ ରାଲି ବା ତ୍ରୀରଙ୍ଗା ଯାତ୍ରା ସହର ସାରା ପରିକ୍ରମା କରିଥିବା ବେଳେ ଦେଶ ମାତୃକାର ଙ୍କ ମନବୋକ ବୃଦ୍ଧି ପାଇଁ ଭାରତ ମାତା କି ଜୟ ସ୍ଲୋଗାନ ରେ ଗଗନ ପବନ ପ୍ରକମ୍ପିତ ହୋଇଥିଲା ।କାର୍ଯ୍ୟକ୍ରମ ଶେଷ ରେ ଏକ ସଭା ର ଆୟୋଜନ କରାଯାଇ ଥିଲା ଜିଲ୍ଲା ପାଳ ଏହି କାର୍ଯ୍ୟକ୍ରମ ର ଉଦ୍ଦେଶ୍ୟ ଉପରେ ଆଲୋକପାତ କରିଥିଲେ ।ଶେଷ ରେ କୋରପୁଟ ଉପଜିଲ୍ଲାପାଳ ଧନ୍ୟବାଦ୍ ଅର୍ପଣ କରିଥିଲେ ।


କୋରାପୁଟ ରୁ ଦେବାଶ୍ରିତ୍ ପଟନାୟକ ଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା।

Leave a Reply

Your email address will not be published. Required fields are marked *