ନୟାଗଡ଼ ; ତା-୦୩/୦୧(ବିଏମସି ଟିଭି ଓଡ଼ିଆ)
ରାସ୍ତାରେ ଗାଡ଼ି ଚଳାଇବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ କେତେ ନିୟମ ଅଛି ତାହା ଗଣିବା କଷ୍ଟକର ।ହେଲମେଟ ଠାରୁ ଆରମ୍ଭ କରି ଡ୍ରାଇଭିଂ ଲାଇସେନ୍ସ, ପଲ୍ୟୁସନ୍ ଠୁ ଆରମ୍ଭ କରି ଇନସ୍ୟୁରାନ୍ସ ପାଇଁ ଅନେକ୍ ସମୟରେ ବାଟ ଘାଟରେ ମୋଟା ଅଙ୍କ ର ତଣ୍ଡ ଗଣିବାକୁ ପଡୁଛି ।ହେଲେ ବିଡମ୍ବନାର ବିଷୟ ହେଉଛି ଦଶପଲ୍ଲାରେ ଖୁବ୍ କମ୍ ବୟସର ଛାତ୍ର ଛାତ୍ରୀ ହାଇସ୍ପିଡ୍ ବାଇକ୍ ଧରି ପ୍ରତିଦିନ ସ୍କୁଲ, କଲେଜକୁ ଯାତାୟତ କରୁଛନ୍ତି ।ଏମିତିକି ବାଇକରେ ତିନି ତିନି ଜଣ ବସି ଆସୁଛନ୍ତି । ଏଥିଯୋଗୁଁ ଅନେକ ସମୟରେ ଛୋଟ ବଡ ଦୁର୍ଘଟଣା ମାନ ବଢୁଛି ।ମନେହେଉଛି ସତେ ଯେଭଳି ଏଥିପ୍ରତି ପ୍ରଶାସନର ସାମାନ୍ୟତମ ଅଂକୁଶ ରହୁନାହିଁ ।ପ୍ରଶାସନର ନଜର କେବେ ପଡ଼ିବ?ପ୍ରତିଦିନ ହାଇସ୍ପିଡ୍ ବାଇକ ନାବାଳକଙ୍କ ଦ୍ଵାରା ଦଶପଲ୍ଲା ସହର ମଧ୍ୟରେ ଯାତାୟତ କରୁଥିବା ବେଳେ ଏଥିପ୍ରତି ଅଭିଭାବକ ମାନେ କେବେ ସଚେତନ ହେବେ ଆଉ ପ୍ରଶାସନ ଏହା ଉପରେ ଅଂକୁଶ ଲଗାଇବେ ତାହା ଦେଖିବାକୁ ବାକି ରହିଲା।
ଦଶପଲ୍ଲା ରୁ ବଳଭଦ୍ର କର ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।