କେବାଡ ଧନୁଯାତ୍ରାର ଦ୍ବିତୀୟ ଦିବସରେ କୃଷ୍ଣଜନ୍ମ, ବିଜୁଳି କନ୍ୟାର ଶୂନ୍ୟବାଣୀ।

ସମ୍ବଲପୁର ;ତା-୪/୧(ବିଏମସି ଟିଭି ଓଡିଆ)

ବରପାଲି ବ୍ଳକ୍ କେବାଡରେ ଅନୁଷ୍ଠିତ ୭ମ ଧନୁଯାତ୍ରା ମହୋତ୍ସବର ଦ୍ବିତୀୟ ଦିବସ ଉଦ୍‌ଘାଟିତ ହୋଇଯାଇଛି। ଆୟୋଜିତ ମହୋତ୍ସବରେ ମହାରାଜା କଂସର ଦୌରାତ୍ମ୍ୟ ବୃଦ୍ଧି ପାଇ ଦେବକୀର ଶଡ଼ପୁତ୍ରଙ୍କୁ ସେ ନିଧନ କରିଥିଲା। ପରେ ବିଜୁଳି କନ୍ୟାର ଶୂନ୍ୟବାଣୀ ଶୁଣି ବିବ୍ରତ ହେବାକୁ ଲାଗିଥିଲା। କୃଷ୍ଣଜନ୍ମର ବାର୍ତ୍ତା ଶୁଣିଲା ପରେ ଭୟାତୁର ହେବା ସହ ରାକ୍ଷସି ପୁତନାକୁ ପ୍ରେରଣ କରିବା ବିଷୟ ଉପରେ କଳାକାରମାନେ ଜୀବନ୍ତ ଅଭିନୟ କରିଥିଲେ। ସେହିପରି ଗତକାଲି ଉଦଘାଟନୀ ଦିବସରେ ବସୁଦେବ ଓ ଦେବକୀଙ୍କ ବିବାହ, ମହାରାଜ ଉଗ୍ରସେନଙ୍କୁ ଗାଦିଚ୍ୟୁତ, କ‍ଂସାସୁରର ରାଜ୍ୟ ଅଭିଷେକ ପ୍ରଭୁତି ବିଷୟମାନ ପଦର୍ଶିତ ହୋଇଥିଲା। ଏହି ଅବସରରେ ମୀନା ବଜାର ସହ ପାରମ୍ପାରିକ ବାଜାଗାଜା ସହିତ ନାଚଗୀତ ସାଂସ୍କୃତିକ କାର୍ଯ୍ଯକ୍ରମ ମାନ ପ୍ରସ୍ତୁତ କରାଯାଇଥିଲା। ନିମନ୍ର୍ତିତ ଅତିଥିମାନେ ପୁରାତନ ସଂସ୍କୃତି ସହ ପରମ୍ପରାର ସମନ୍ବୟ ଏବଂ ଉତ୍ସବର ଆୟୋଜନ ତଥା ପ୍ରସ୍ତୁତିକୁ ନେଇ ମତପୋଷଣ କରିଥିଲେ। ଯାତ୍ରାରେ ଅଭିନୟ କରିଥିବା କଳାକାର ମାନଙ୍କ ମଧ୍ୟରେ ମହାରାଜ କଂସ ପ୍ରଫୁଲ୍ଲ ମେହେର, ଦ୍ରୁମିଳାଶୁର ଭାବରେ ଦେବେନ୍ଦ୍ର କନ୍ଧେର, ଉଗ୍ରସେନ ସୁବାଷ ବାଗ, ଇନ୍ଦୁମତୀ ସସ୍ମିତା ଦଳବେହେରା, ଅଜୟ ସାହୁ, ଦୁଃଖିଶ୍ୟାମ, ମଧୁ, କିରଣ, ରୋସନ ପ୍ରମୁଖ କଳାକାରମାନେ ଅଭିନୟ କରିଥିଲେ। ଚନ୍ଦ୍ରମଣି ଭୋଇଙ୍କ ଦ୍ବାରା ସଭାକାର୍ଯ୍ଯ ପରିଚାଳିତ ହୋଇଥିଲା।

ସମ୍ବଲପୁର ଜିଲ୍ଲା ପ୍ରତିନିଧି କୈଳାସ ମହାରଣାଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା।

Leave a Reply

Your email address will not be published. Required fields are marked *