ରାୟଗଡ଼ା ;ତା-୧୮/୧୨(ବିଏମସି ଟିଭି ଓଡ଼ିଆ)
ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକରେ ଇଣ୍ଡିଆ ଓଭରସିଜ ବ୍ୟାଙ୍କ ପଛ ପଟ ପଡିଆ ଠାରେ ଲୋକ ମହୋତ୍ସବ ଚଇତି -୨୦୨୪ ମହା ଆଡ଼ମ୍ବର ସହ ପାଳିତ ହୋଇଯାଇଛି ।ଆଦିବାସୀ ଅଧ୍ଯୁଷିତ ବିଷମକଟକ ବ୍ଲକ ଅନ୍ତର୍ଗତ ଶକ୍ତିପୀଠ ଗ୍ରାମଦେବୀ ମାଁ ମାର୍କମା ମନ୍ଦିରରୁ ବାହାରି ନଗର ପରିକ୍ରମା କରି ଆଜି ୧୦ ଘଣ୍ଟିକା ସମୟରେ ପ୍ରଭାତରୁ ପବିତ୍ର କଳସ ପୂଜନ ପରେ ମାଆଙ୍କ ଅଖଣ୍ଡ ଜ୍ୟୋତି ମଶାଲରେ ଅଣାଯାଇ ଚଇତି ମଣ୍ଡପରେ ରଖି ଶୁଭାରମ୍ଭ କରାଯାଇଥିଲା । ବିଭିନ୍ନ ବର୍ଗର ଲୋକଙ୍କ ସହିତ ସରକାରୀ କର୍ମଚାରୀ,ଛାତ୍ରଛାତ୍ରୀମାନେ ଚଇତି ପ୍ରତି ଯୋଗିତାରେ ଭାଗ ନେଇଥିଲେ। ପରେ ସନ୍ଧ୍ୟାରେ ଚଇତି କମିଟି ଅଧକ୍ଷ ତଥା ଗୋଷ୍ଠି ଉନ୍ନୟନ ଅଧିକାରୀ ସଦାଶିବ ନାୟକ ଅଧକ୍ଷତାରେ ଏହି ସାଂସ୍କୃତିକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ବିଷମକଟକ ନିର୍ବାଚନ ମଣ୍ଡଳୀର ବିଧାୟକ ଶ୍ରୀଯୁକ୍ତ ନୀଳମାଧବ ହିକକା, ପଞ୍ଚାୟତ ସମିତି ଅଧ୍ୟକ୍ଷା ଯୋଶଦା ହୁଇକା, ପଞ୍ଚାୟତ ସମିତି ଉପାଧ୍ୟକ୍ଷ ଦେଵୀ ପ୍ରସାଦ ପଟ୍ଟନାୟକ, ବିଜେପି ଜିଲ୍ଲା ସଭାପତି ଶିଵ ପଟ୍ଟନାୟକ, ଜିଲ୍ଲା ସାଂସ୍କୃତିକ କଳାକାର ଉପ ସଭାପତି ସୋନ୍ତଷ ଭଛା ଙ୍କୁ ଚଇତି ମହୋତ୍ସବ ରେ ଯୋଗଦେଇ ଜଗନ୍ନାଥ ଫଟୋ କୁ ସମ୍ମାନିତ କରିଥିଲେ।
ଏଥିରେ ତହସିଲଦାର କେ ଭେଙ୍କେଟେଶ୍ଵ ରେଡ଼ି,ଆଇ ଆଇସି ସୂର୍ଯ୍ୟ ଚନ୍ଦ୍ର ପାଢ଼ୀ,ଗୋଷ୍ଠୀ ଶିକ୍ଷାଧିକାରି , ବିଜେପି ନେତ୍ରୀ ସୁଶୀଳା ସରାଫ, ବିଷମକଟକ ଗ୍ରାମ ପଞ୍ଚାୟତ ସରପଞ୍ଚ ନମିତା କୁଲିସିକା , ସାଂସ୍କୃତିକ ସନ୍ଧ୍ୟାକୁ ଉପଭୋଗ କରିବା ସହିତ ଆମ ସଂସ୍କୃତି, ସଭ୍ୟତା, ଲୋକକଳା ଚଇତି ମହୋଉତ୍ସବ ପରମ୍ପରାର ପ୍ରତୀକ ହେଉଛି ଚଇତି ଉପରେ ଅଭିଭାଷଣ ରଖିଥିଲେ । ଶେଷରେ କଳାକାର,କ୍ରୀଡାବିତ ଓ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସରକାରୀ ଓ ବେସରକାରୀ ସସ୍ଥା ତରଫରୁ ଷ୍ଟଲ୍ ମାଧ୍ୟମରେ ଲୋକଙ୍କୁ ସଚେତନତା କରିଥିବା ବେଳେ ଏହି ସାଂସ୍କୃତିକ କାର୍ଯକ୍ରମରେ ପରିଚାଳନା କରିଥିବା ବେଳେ ସହକାରୀ ନିର୍ବାହୀ ତତ୍ବାବଧାନରେ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିବା ବେଳେ ଅତିଥି ମାନଙ୍କୁ ମିଶନଶକ୍ତିର ମାନସି ଟାକରୀ ଅତିଥି ମାନଙ୍କୁ, ଫୁଲ ଚନ୍ଦନ ଦେଇ ସ୍ବାଗତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଚଇତି ସଙ୍ଗୀତ ଗାନ କରିଥିବା ଓ ବିଷମକଟକ ବ୍ଳକର ପ୍ରତ୍ୟେକ ପଞ୍ଚାୟତର ସ୍କୁଲ ଛାତ୍ରଛାତ୍ରୀ ମାନେ ଆସି ଏହି ଚଇତି ମହୋତ୍ସବ ରେ ତାଙ୍କର ପ୍ରତିଵା ଦେଖାଇଥିଲେ ।
ବିଷମକଟକ ରୁ ଶିବ ପ୍ରସାଦ ପାଢ଼ୀ ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।