ଅଦିନିଆ ବର୍ଷା ଜନିତ କ୍ଷତିପୂରଣ ଓ ଧାନ ମଣ୍ଡିର FAQ ଦାବି ନେଇ ବିଷମକଟକ କୃଷକ ମାନଙ୍କ ଶୋଭାଯାତ୍ରା ।

ରାୟଗଡ଼ା ; ତା-୦୨/୦୧(ବିଏମସି ଟିଭି ଓଡ଼ିଆ)

ରାୟଗଡା ଜିଲ୍ଲା ବିଷମକଟକବ୍ଲକ ର ବହୁ ସଂଖ୍ୟାରେ ଚାଷୀ ମାନେ ବିଷମକଟକ ସହର ପରିକ୍ରମା କରି ତହସିଲ କାର୍ଯ୍ୟଳୟ ପର୍ଯ୍ୟନ୍ତ ଧାନ ମଣ୍ଡି ଦାବି ନେଇ କୃଷକ ଶୋଭା ଯାତ୍ରା କରି ତହସିଲଦାର ଙ୍କୁ ଜଣାଇଥିଲେ । ଚାଷୀ ହସିଲେ ଦେଶ ହସିବ, ଚାଷ କାମ ଯାର କେତେ ଦୁଃଖ ତାହାର ଅଦିନିଆ ବର୍ଷା ଯୋଗୁ ନଷ୍ଟ ହୋଇଥିବା ଧାନ, କପା, କାନ୍ଦୁଲ ଏବଂ ପନିପରିବା ର କ୍ଷୟକ୍ଷତି ଅକାଳନ କରି ଚାଷୀ ମାନଙ୍କୁ ନ୍ୟାୟ ଯୁକ୍ତ କ୍ଷତି ପୂରଣ ଦାବି ଜଣାଇପ୍ରତ୍ୟେକ ଚାଷୀଙ୍କ ଧାନ FAQ ମାନକୁ କୋହଳ କରିବା ଓ ଧାନ କୁଇଣ୍ଟାଲ ପିଛା ଚାଷୀଙ୍କୁ ୬କିଲୋ ହ୍ରାସ କରିବା ନେଇ ଚାଷୀମାନେ ସୂଚନା ଦେଇଛନ୍ତି । ଓ ଧାନର ଗୁଣବତ୍ତା ଅନୁଯାଇ ଧାନର କ୍ରୟକରବା ଉପକୃତ ମୂଲ୍ୟ ଚାଷୀ ଙ୍କୁ ଦେବାରେ ଓ ମଣ୍ଡିରେ କଟନୀ ଛଟଣି ବନ୍ଧ କରିବା, ଚାଷୀଙ୍କ ପାଇଁ ବର୍ତମାନର ଋଣଛାଡ଼ କରିବା ପାଇଁ ଓଡିଶା ମୁଖ୍ୟମନ୍ତ୍ରୀ

ଏବଂପ୍ରଧାନମନ୍ତ୍ରୀ ଯୋଜନା ରେ ଅନ୍ତର୍ଭୂକ୍ତ କରିବା ଦାବି ସହ କୃଷି ଯୋଜନା ରେ ଉର୍ନ୍ନତି ପାଇଁ କୃଷକ ସଙ୍ଘ ସହ ସୁ ସମ୍ପର୍କ ରଖି ଚାଷୀର ଉର୍ନ୍ନତି ଏବଂ ସମସ୍ୟା ର ସମାଧାନ କରିବା ପାଇଁ କୃଷକ ସଙ୍ଘର ଜିଲ୍ଲା ସଭାପତି ବାଳମୁକୁନ୍ଦ ପାଳ, ଜିଲ୍ଲା ଉପ ସଭାପତି  ସତ୍ୟନାରାୟଣ ପଟ୍ରିକା, ବ୍ଲକ ସଭାପତି  ସଦାନନ୍ଦ ପଣ୍ଡା, ଚାଷୀ ନାରୀ ନେତ୍ରୀ  ବିଜୟଲଷ୍ମୀ ରଣା, କୋଷଦକ୍ଷ  ରାମଦାସ ଉର୍ଲାକା,କାର୍ଯ୍ୟକାରୀ ସଭାପତି  ଅନନ୍ତ ପାଲକା ଓ ବରିଷ୍ଠ ଚାଷୀ ତ୍ରିନାଥ ଗୌଡ଼, ରାମ ଚନ୍ଦ୍ର ମହାନ୍ତି ଙ୍କ ସମେତ ବିଷମକଟକ ବ୍ଲକ ର ବହୁ ସଂଖ୍ୟରେ ସମସ୍ତ ଚାଷୀ ମାନେ ଆଜି ତହସିଲଦାର ଙ୍କୁ ଦାବି ପୂରଣ ସହ ଚାଷୀ ମାନଙ୍କ ଦୁଃଖ ସୁଖରେ ସହଜଗ ପାଇଁ ମୁଖ୍ୟ ମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ଙ୍କୁ ତହସିଲଦାର ଙ୍କ ଜରିଆରେ ଏହି ଦାବି ପତ୍ର ପ୍ରଦାନ କରିଥିଲେ ।

ବିଷମକଟକ ରୁ ଶିବ ପ୍ରସାଦ ପାଢ଼ୀ ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।

Leave a Reply

Your email address will not be published. Required fields are marked *