ରାଜ୍ୟ ସ୍ତରୀୟ ଟାଏକୋଣ୍ଡୋ ପ୍ରତିଯୋଗିତାରେ ବିଶ୍ୱରଞ୍ଜନଙ୍କୁ ଦୁଇଟି ସ୍ଵର୍ଣ ପଦକ ।

ଖୋର୍ଦ୍ଧା ; ତା-୩୦/୧୨ (ବିଏମସି ଟିଭି ଓଡ଼ିଆ)


ଭଦ୍ରକରେ ୨୮ ଓ ୨୯ ତାରିଖ ରେ  ରାଜ୍ୟ ସ୍ତରୀୟ ଟାଏକୋଣ୍ଡୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି ।  ସିନିୟର ବାଳକ ବିଭାଗ ରେ ଏକେଏସ୍ ଏକାଡେମି ର ବିଶ୍ୱରଞ୍ଜନ ଅମରଦୀପ୍ ରାଜ୍ୟ ସ୍ତରୀୟ ଟାଏକୋଣ୍ଡୋ ପ୍ରତିଯୋଗିତା ରେ “ଖେରୋଗୀ” ଓ “ପୁମ୍‌ସେ” ବିଭାଗ ରେ ପ୍ରଥମସ୍ଥାନ ଅଧିକାର କରି ସ୍ଵର୍ଣ୍ଣ ପଦକ ହାସଲ କରିଛନ୍ତି । 

ଗ୍ରାଣ୍ଡ ମାଷ୍ଟର ଅଶୋକ କୁମାର ସାହୁ (ସମ୍ପାଦକ ଖୋର୍ଦ୍ଧା ଜିଲ୍ଲା ଟାଏକୋଣ୍ଡୋ ଆସୋସିଏସନ) ଙ୍କ ନେତୃତ୍ୱ ରେ ସଫଳତା ହାସଲ କରି ପାରିଛନ୍ତି।  ବିଶ୍ୱରଞ୍ଜନ ଖୋର୍ଦ୍ଧା, ଗୁରୁଜଙ୍ଗ ଗ୍ରାମ ର ଦିଲ୍ଲୀପ କୁମାର ସାହୁ ଓ କଳ୍ପନା ମହାନ୍ତି ଙ୍କ କନିଷ୍ଟ ପୁତ୍ର ଅଟନ୍ତି  ।   ସେ କଟକ ର “ଦି ଲ” ଆଇନ ମହାବିଦ୍ୟାଳୟ ର ଶେଷ ବର୍ଷ ର ଛାତ୍ର ଅଟନ୍ତି ।  ସେ ଏକାଧାରରେ ଆଇନଜୀବୀ ଓ ଖେଳାଳି ହେବାର ସ୍ଵପ୍ନ ପିଲାଟି ଦିନରୁ ରଖି ଆସିଛନ୍ତି।

Leave a Reply

Your email address will not be published. Required fields are marked *