ନୟାଗଡ଼ ;ତା-୧୭/୦୫(ବିଏମସି ଟିଭି ଓଡ଼ିଆ)
ନୟାଗଡ ଜିଲ୍ଲା ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଙ୍କ ନିର୍ଦେଶ କ୍ରମେ ଗତ ବୁଧବାର ଦିନ ଆନୁଷ୍ଠାନିକ ଭାବେ ଜିଲ୍ଳାର ପ୍ରତ୍ୟେକ ବ୍ଲକ ଓ ଏନ୍ ଏ ସି ଗୁଡିକରେ ସଭାପତି ଚୟନ କରାଯାଇଛି ।ଏ ନେଇ ଦଶପଲ୍ଲା ନିର୍ବାଚନ ମଣ୍ଡଳୀରେ ତିନୋଟି ବ୍ଲକ ଏବଂ ଗୋଟିଏ ଏନ ଏ ସି ଅଛି। ସେଥିମଧ୍ୟରୁ ଦଶପଲ୍ଲା ବ୍ଲକର ବ୍ଲକ ସଭାପତି ସୁଦାମ ଚରଣ ନାୟକ ଚୟନ ହୋଇଥିବା ବେଳେ ଏନ ଏ ସି ସଭାପତି ଭାବେ ଅନିଲ କୁମାର ରାୟ ଙ୍କ ନାମ ଘୋଷଣା କରାଯାଇଛି। ସେହିଭଳି ନୂଆଗାଁ ବ୍ଲକର ବ୍ଲକ ସଭାପତି ଯୁଗଳ କିଶୋର ସାହୁ, ଗଣିଆ ବ୍ଲକର ବ୍ଲକ ସଭାପତି ସଦାଶିବ ମିଶ୍ର ଙ୍କୁ ମନୋନୀତ କରାଯାଇଛି । ପୂର୍ବରୁ ସୁଦାମ ଚରଣ ନାୟକ ଦଶପଲ୍ଲା ବ୍ଲକର ସଭାପତି ପଦଵୀ ଦାୟିତ୍ୱରେ ରହି ବିଜୁ ଜନତା ଦଳର ବିଭିନ୍ନ କାର୍ଯ୍ୟକ୍ରମ କୁ ସୂଚାରୁ ରୁପେ ସଂପାଦନ କରି ଆସିଛନ୍ତି ।ସେ ଜଣେ କର୍ତ୍ତବ୍ୟ ନିଷ୍ଠ , ଉତ୍ତମ ସଂଗଠକ ଭାବେ ବେଶ୍ ପରିଚିତ । ଦଳ ପ୍ରତି ତାଙ୍କର ଭଲପାଇବା ଓ କାର୍ଯ୍ୟ ପାଇଁ ତାଙ୍କୁ ପୁନର୍ବାର ଦଶପଲ୍ଲା ବ୍ଲକର ନୂତନ ସଭାପତି ଭାବେ ମନୋନୀତ କରାଯାଇଅଛି। ସେହିଭଳି ଗଣିଆ ବ୍ଲକ ର ସଦାଶିବ ମିଶ୍ର ପୂର୍ବରୁ ବ୍ଲକ ସଭାପତି ଭାବେ କାର୍ଯ୍ୟ କରିଆସୁଥିଲେ। ଉତ୍ତମ କାର୍ଯ୍ୟ ଦକ୍ଷତା ନିମନ୍ତେ ପୁନର୍ବାର ସଭାପତି ଭାବେ ଦାୟିତ୍ୱ ଦିଆଯାଇଥିବା ବିଧାୟକ ଜଣାଇଛନ୍ତି।
ଦଶପଲ୍ଲା ରୁ ବଳଭଦ୍ର କର ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।