କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ଜନ୍ମଦିନ ପାଳନ କଲା ଦଶପଲ୍ଲା ବିଜେପି।

ନୟାଗଡ ;ତା-୨୬/୦୬(ବିଏମସି ଟିଭି ଓଡ଼ିଆ)

ଓଡିଶାର ଗର୍ବ ଓ ଗୌରବ ତଥା ସମସ୍ତଙ୍କ ପ୍ରିୟ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜନ୍ମ ଦିନ ଦଶପଲ୍ଲା ବିଜେପି ପକ୍ଷରୁ ଗୁରୁବାର ଦିନ ପାଳନ କରାଯାଇଛି। ଦଶପଲ୍ଲା ବିଜେପି ର ବରିଷ୍ଠ ନେତା ରାଘବ ମଲିକ ଓ ଅନ୍ୟାନ୍ୟ କର୍ମୀ ଅଜସ୍ର ଶୁଭେଚ୍ଛା, ଶୁଭକାମନା ଓ ଅଭିନନ୍ଦନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କୁ ଜଣାଇବା ସହିତ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ନିକଟରେ ଶ୍ରୀ ପ୍ରଧାନ ଙ୍କ ଚଲା ପଥ କୁସୁମିତ ପୂର୍ବକ ପ୍ରାର୍ଥନା ଓ କାମନା କରିଛନ୍ତି। ଏ ଅବସରରେ ଦଶପଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀ ମାନଙ୍କୁ ଫଳ ବାଣ୍ଟିବା ସହିତଗଛ ଲଗାଇ ଏହି ଜନ୍ମ ଦିନ ଟିକୁ ଆହୁରି ମଜାଦାର କରିଛନ୍ତି।

ଦଶପଲ୍ଲା ରୁ ବଳଭଦ୍ର କର ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।

Leave a Reply

Your email address will not be published. Required fields are marked *