ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଙ୍କୁ ସମ୍ବର୍ଦ୍ଧନା ଜଣାଇଲେ ବିଜେପି କର୍ମୀ।

ନୟାଗଡ଼ ; ତା-୦୬/୦୧(ବିଏମସି ଟିଭି ଓଡ଼ିଆ)

ନୟାଗଡ ଜିଲ୍ଲା ଦଶପଲ୍ଲା ବ୍ଲକ ଅନ୍ତର୍ଗତ କୁଆଁରୀଆ ଡ୍ୟାମ ବଙ୍ଗଳା ଠାରେ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କୁ ନୂତନ ବର୍ଷ ର ଅଭିନନ୍ଦନ ବିଜେପି ର ବରିଷ୍ଠ କର୍ମୀମାନେ ଜଣାଇଥିଲେ। ତେବେ ସୂଚନା ମୁତାବକ ମନ୍ତ୍ରୀ ଶ୍ରୀ ପାତ୍ର ଫୁଲବାଣୀ ରୁ ଭୁବନେଶ୍ୱର ଗସ୍ତ ସମୟ ଅପରାହ୍ନ ରେ ଦଶପଲ୍ଲା ର କୁଆଁରୀଆ ବଙ୍ଗଳା ନିକଟରେ ଅଟକି ଥିଲେ । ଏ ସମୟରେ ଦଶପଲ୍ଲାର ବିଜେପି କର୍ମୀଙ୍କ ସହ ଅନ୍ୟ ବରିଷ୍ଠ କର୍ମୀ, ପଦାଧିକାରୀ ଉପସ୍ଥିତ ରହି ନୂତନ ବର୍ଷ ର ସ୍ୱାଗତ ଜଣାଇଥିଲେ। ତତ ସହିତ ଦଶପଲ୍ଲା ବ୍ଲକ ଏ ବି ଡି ଓ ସାରଦା ପ୍ରସନ୍ନ ମହାନ୍ତି ଓ ବ୍ଲକ ର ଅନ୍ୟ କର୍ମଚାରୀ, ତହସିଲଦାର ସ୍ମୃତି ରଞ୍ଜନ ଶତପଥୀ, ଏନ ଏ ସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଚନ୍ଦ୍ରଶେଖର ବାରିକ ପ୍ରମୁଖ ଉପସ୍ଥିତ ରହି ମନ୍ତ୍ରୀ ଙ୍କ ସହିତ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ।

ଦଶପଲ୍ଲା ରୁ ବଳଭଦ୍ର କର ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।

Leave a Reply

Your email address will not be published. Required fields are marked *