କନ୍ଧମାଳ ସାଂସଦ ଙ୍କୁ ନୂତନ ବର୍ଷ ର ଅଭିନନ୍ଦନ ଜଣାଇଲେ ବିଜେପି କର୍ମୀ,ଏନ ଏ ସି ଅଧ୍ୟକ୍ଷା ଓ ଅନ୍ୟ ଅଧିକାରୀ।

ନୟାଗଡ଼ ;ତା-୦୨/୦୧(ବିଏମସି ଟିଭି ଓଡ଼ିଆ)

ନୟାଗଡ ଜିଲ୍ଲା ଦଶପଲ୍ଲା ବ୍ଲକ ଅନ୍ତର୍ଗତ ଓଡ଼ଶର ବଙ୍ଗଳା ଠାରେ କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ ଙ୍କୁ ନୂତନ ବର୍ଷ ର ଅଭିନନ୍ଦନ ବିଜେପି ର ବରିଷ୍ଠ କର୍ମୀ ଜଣାଇଥିଲେ। ତେବେ ସୂଚନା ମୁତାବକ ସାଂସଦ ମହୋଦୟ ଭୁବନେଶ୍ୱର ରୁ ଫୁଲବାଣୀ ଗସ୍ତ ସମୟରେ ଅପରାହ୍ନ ରେ ଦଶପଲ୍ଲା ର ଓଡ଼ଶର ବଙ୍ଗଳା ନିକଟରେ ରହଣି ହୋଇଥିଲା। ଏ ସମୟରେ ଦଶପଲ୍ଲା ଏନ ଏ ସି ଉପାଧ୍ୟକ୍ଷ କିଶୋର ଚନ୍ଦ୍ର ଦାସ, ଦଶପଲ୍ଲା ର ସାଂସଦ ପ୍ରତିନିଧି ଅଞ୍ଜନ କୁମାର ଦାସ,ଦଶପଲ୍ଲା ବ୍ଲକ ସାଂସଦ ପ୍ରତିନିଧି କିଶୋର ଚନ୍ଦ୍ର ଦଳବେହେରା ଙ୍କ ସହ ଅନ୍ୟ ବରିଷ୍ଠ କର୍ମୀ ଉପସ୍ଥିତ ରହି ନୂତନ ବର୍ଷ ର ସ୍ୱାଗତ ଜଣାଇଥିଲେ। ତତ ସହିତ ଏନ ଏ ସି ଅଧ୍ୟକ୍ଷା ପୁନମ ପ୍ରିୟଦର୍ଶିନୀ, ଦଶପଲ୍ଲା ବ୍ଲକ ଏ ବି ଡି ଓ ସାରଦା ପ୍ରସନ୍ନ ମହାନ୍ତି ଓ ବ୍ଲକ ର ଅନ୍ୟ କର୍ମଚାରୀ ମଧ୍ୟ ଉପସ୍ଥିତ ଥିଲେ ପୁଷ୍ପ ଗୁଚ୍ଛ ଦେଇ ଇଂରାଜୀ ନୂତନ ବର୍ଷର ଅଭିନନ୍ଦନ ଜଣାଇଥିଲେ ।

ଦଶପଲ୍ଲା ରୁ ବଳଭଦ୍ର କର ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।

Leave a Reply

Your email address will not be published. Required fields are marked *