ବ୍ଲକ ସ୍ତରୀୟ ଶିଶୁ ସୁରକ୍ଷା କମିଟି ଅନୁଷ୍ଠିତ।

ନୟାଗଡ଼ ;ତା-୧୭/୧୨(ବିଏମସି ଟିଭି ଓଡ଼ିଆ)

ବ୍ଲକ ସ୍ତରୀୟ ଶିଶୁ ସୁରକ୍ଷା କମିଟି ବୈଠକ ଆଜି ଆଇ ସି ଡି ଏସ ଓ ସି ୩ ସଂସ୍ଥା ର ମିଳିତ ସହଯୋଗରେ ଦଶପଲ୍ଲା ବ୍ଲକ୍ ସ୍ଥିତ ମିଶନ ଶକ୍ତି ବୈଠକ ଗୃହ ଠାରେ ବ୍ଲକ ସ୍ତରୀୟ ଶିଶୁ ସୁରକ୍ଷା କମିଟି ତଥା ବାଲ୍ୟ ବିବାହ ନିଷେଧ ଟାସ୍କଫୋର୍ସ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବ୍ଲକ ଅଧ୍ୟକ୍ଷା ସୁନନ୍ଦା ସାହୁ ଏବଂ ଏ.ବି.ଡ଼ି.ଓ. ସାରଦା ପ୍ରସନ୍ନ ମହାନ୍ତି ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଡି ସି ପି ୟୁ ୟୁନିଟ ର ଆନୁଷ୍ଠାନିକ ଅଧିକାରୀ ସତ୍ୟ ରଞ୍ଜନ ଦାସ,ସି.ଡ଼ି.ପି.ଓ. ସଂଯୁକ୍ତା ସାମଲ, ଏ.ବି.ଇ.ଓ. ରାଜେନ୍ଦ୍ର ପ୍ରସାଦ

ଖଟେଇ,ସି ୩ ସଂସ୍ଥା ର ଜିଲ୍ଲା ଅଧିକାରୀ ସୁକେଶ ମିର୍ଦ୍ଧା ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ରେ ସି ୩ ସଂସ୍ଥା ର ଜିଲ୍ଲା ଅଧିକାରୀ ସୁକେଶ ମିର୍ଦ୍ଧା ମହୋଦୟ ସି ୩ ସଂସ୍ଥା ର  ଭୂମିକା ଓ କାର୍ଯ୍ୟକଳାପ ବିଷୟରେ ଆଲୋଚନା କରିଥିବା ବେଳେ ଡି ସି ପି ୟୁ ୟୁନିଟ ର ଆନୁଷ୍ଠାନିକ ଯତ୍ନ ଅଧିକାରୀ ସତ୍ୟ ରଞ୍ଜନ ଦାସ ସମସ୍ତ ସଦସ୍ୟ ଙ୍କୁ ପଞ୍ଚାୟତ ଏବଂ ଗ୍ରାମ ସ୍ତରରେ ଶିଶୁ ସୁରକ୍ଷା କମିଟି ଗଠନ ର ଗୁରୁତ୍ତ୍ଵପୂର୍ଣ୍ଣ ଭୂମିକା ସହିତ କାର୍ଯ୍ୟକାରି କରିବା ପାଇଁ ଅନୁରୋଧ ରଖି ବାଲ୍ୟବିବାହ ର କାରଣ ଓ ନିରାକରଣ ସହିତ ଶିକ୍ଷ୍ୟାଠାରୁ ଦୁରେଇ ଯାଉଥିବା ପିଲାଙ୍କୁ ଶିକ୍ଷ୍ୟା ସହ ଯୋଡ଼ି ବାଲ୍ୟବିବାହ କୁ ରୋକିବା ନିମନ୍ତେ ପ୍ରତ୍ୟେକ ସ୍ତରରେ କିଭଳି ଏକ ବଡ଼ ପଦକ୍ଷେପ ନିଆଯାଇପାରିବ ସେ ଉପରେ ଆଲୋଚନା ରଖିଥିଲେ।

ଦଶପଲ୍ଲା ରୁ ବଳଭଦ୍ର କର ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।

Leave a Reply

Your email address will not be published. Required fields are marked *