ବେଲଗୁଣ୍ଠାରେ ବ୍ଳକ୍ ସ୍ତରୀୟ ନିପୁଣ ମେଳା।

ବେଲଗୁଣ୍ଠା; ତା-୧୮/୦୨(ବିଏମସି ଟିଭି ଓଡ଼ିଆ)

ବେଲଗୁଣ୍ଠା ସ୍ଥିତ ପଟେଲ୍ ରୋଡ଼୍ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ମିଳିତ ଭାବେ ଉଢୁରା କ୍ଳଷ୍ଟର୍ ସ୍ତରୀୟ ଏବଂ ବେଲଗୁଣ୍ଠା ବ୍ଳକ୍ ସ୍ତରିୟ ନିପୁଣ ଓଡ଼ିଶା ମେଳା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ବେଲଗୁଣ୍ଠା ବ୍ଳକ୍ ଅଧ୍ୟକ୍ଷ ପ୍ରମିଳା ପ୍ରଧାନ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ରୂପେ ବେଲଗୁଣ୍ଠା ଏବିଇଓ ଗୋବିନ୍ଦ ଚନ୍ଦ୍ର ପାଢୀ, ପ୍ରତିଭା ରଥ,ବିଦ୍ୟାଳୟ ସଭାପତି ସତ୍ୟ ନାରାୟଣ ସାହୁ,ଗୋଷ୍ଠୀ ସହଯୋଗୀ ପ୍ରକାଶ ଚନ୍ଦ୍ର ଡାକୁଆ, ଉପଦେଷ୍ଟା ଭି ଦେବୀ ପ୍ରସାଦ ପାତ୍ର, କାଉନସିଲର୍ ପ୍ରତିନିଧି ଜିତେନ୍ଦ୍ର ସୁବୁଦ୍ଧି, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଶୋକ କୁମାର ଜେନା ଏବଂ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ସଭାପତି ମୃତ୍ୟୁଞ୍ଜୟ ପଣ୍ଡା ମଞ୍ଚାସୀନ ଥିଲେ ।ବ୍ଳକ୍ ର ସମସ୍ତ ଏଗାର ଜଣ ସିଆରସିସି ଏବଂ ଏଫ୍ଏଲ୍ଏନ୍ ଶିକ୍ଷକ ଶିକ୍ଷୟିତ୍ରୀ ସେମାନଙ୍କର ଶିକ୍ଷଣ ସାମଗ୍ରୀ ଗୁଡ଼ିକୁ ପ୍ରଦର୍ଶନ କରିଥିଲେ । ଉଢୁରା କ୍ଳଷ୍ଟର୍ ସିଆରସିସି ରଶେମ କୁମାର ପାଣିଗ୍ରାହୀଙ୍କ ତତ୍ତ୍ୱାବଧାନରେ ଏହି କ୍ଲଷ୍ଟର ର ସମସ୍ତ ଏଫ୍ଏଲ୍ଏନ୍ ଶିକ୍ଷକ ଶିକ୍ଷୟିତ୍ରୀ ସେମାନଙ୍କର ଶିକ୍ଷଣ ସାମଗ୍ରୀ ପ୍ରଦର୍ଶନ କରିଥିଲେ । ବିଦ୍ୟାଳୟର ସହକାରୀ ଶିକ୍ଷକ ଦେବୀ ପ୍ରସାଦ ନାୟକ ଧନ୍ୟବାଦ ଜ୍ଞାପନ କରିଥିଲେ ।

ବେଲଗୁଣ୍ଠା ରୁ ନାରାୟଣ ପଣ୍ଡା ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।

Leave a Reply

Your email address will not be published. Required fields are marked *