ବ୍ଲକସ୍ତରୀୟ ପ୍ରବେଶ ଉତ୍ସବ : ଗଡିଲା ଶିକ୍ଷା ସଚେତନତା ରଥ।

ସମ୍ବଲପୁର :ତା.୦୨/୦୪(ବିଏମସି ଟିଭି ଓଡିଆ)

ବରପାଲି ସ୍ଥିତ ଗଙ୍ଗାଧର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ବ୍ଳକ ସ୍ତରୀୟ ପ୍ରବେଶ ଉତ୍ସବ ସହ ଶିକ୍ଷା ସଚେତନା ରଥ ପରିକ୍ରମାର ଶୁଭାରମ୍ଭ ହୋଇଯାଇଛି। ଗୋଷ୍ଠୀ ଶିକ୍ଷା ଅଧିକାରୀ ମୁକୁନ୍ଦ ମାହାରାଙ୍କ ସଭାପତିତ୍ବରେ ପ୍ରବେଶ ଓ ଖଡ଼ିଛୁଆଁ ଉତ୍ସବ ପାଳିତ ହୋଇଥିଲା । ବ୍ଲକ୍ ଅଧ୍ୟକ୍ଷା ରୀନା ଥଇତ୍ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ଏବିଡିଓ ଭବାନୀ ମେହେର ସମ୍ମାନିତ ଅତିଥି ରୂପେ ଯୋଗଦାନ କରିଥିଲେ। ଶତାଧିକ ଛାତ୍ରଛାତ୍ରୀ , ଅଭିଭାବକ ଏବଂ ଶିକ୍ଷକ ଶିକ୍ଷୟତ୍ରୀ ଏଥିରେ ଯୋଗଦାନ କରିଥିଲେ । ଉତ୍ସବରେ ୫ବର୍ଷରୁ ୬ବର୍ଷ ବୟସର ଶିଶୁମାନଙ୍କୁ ଚକଖଡ଼ି ଧରା ପର୍ବ ପାଳିତ ହେବା ସହ ଅତିଥିମାନେ ବିଦ୍ୟାଳୟରେ ନାମ ଲେଖାର ଶୁଭାରମ୍ଭ କରିଥିଲେ । ସାକ୍ଷରତା ଷ୍ଟଲ୍ , ସଂଖ୍ୟାଜ୍ଞାନ ଷ୍ଟଲ୍ ତଥା ସୃଜନାତ୍ମକ ଷ୍ଟଲ୍‌ର ମଧ୍ୟ ବ୍ୟବସ୍ଥା କରାଯାଇଥିଲା । ଅତିଥି, ଅଭିଭାବକ ତଥା ଉପସ୍ଥିତ ଗଣ୍ୟମାନ୍ୟ ବ୍ୟକ୍ତିମାନେ ଏହି ଷ୍ଟଲ୍‌ଗୁଡ଼ିକୁ ବୁଲି ଦେଖିଥିଲେ। ଏହି ଅବସରରେ ଅତିଥିମାନେ ପତାକା ପ୍ରଦର୍ଶନ କରି ଶିକ୍ଷା ସଚେତନତା ରଥ ଗଡିବାର ସବୁଜ ସଙ୍କେତ ଦେଇଥିଲେ । ପ୍ରଥମ ପର୍ଯ୍ୟାୟରେ ବ୍ଲକ୍‌ର ତିନୋଟି କ୍ଲଷ୍ଟର୍‌ର ସମସ୍ତ ବିଦ୍ୟାଳୟକୁ ଶିକ୍ଷା ସଚେତନତା ରଥ ପରିକ୍ରମାରେ ବାହାରିଥିଲା।

ସମ୍ବଲପୁର ଜିଲ୍ଲା ପ୍ରତିନିଧି କୈଳାସ ମହାରଣାଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା।

Leave a Reply

Your email address will not be published. Required fields are marked *