ବ୍ଲକ୍ ସ୍ତରୀୟ ପ୍ରବାସୀ ଭାରତୀୟ ଦିବସ ପାଳିତ।

ଗଜପତି ; ତା-୦୪/୦୧(ବିଏମସି ଟିଭି ଓଡ଼ିଆ)

ଗଜପତି ଜିଲ୍ଲାର ଆର, ଉଦୟଗିରି ବ୍ଲକ୍ ଅନ୍ତର୍ଗତ କେ. ଏମ. ଭାଲିଆ ସାହି ସରକାରୀ ଉଚ୍ଚ ବିଦ୍ୟାଳୟରେ ମହାସମାରୋହରେ ବ୍ଲକ୍ ସ୍ତରୀୟ ପ୍ରବାସୀ ଭାରତୀୟ ଦିବସ ପାଳିତ ହୋଇଯାଇଛି। ପ୍ରବାସରେ ରହି ଭାରତୀୟମାନେ କିପରି ନିଜର ଜୀବିକା ନିର୍ବାହ କରିବା ସହିତ ନିଜର ଚାଲି ଚଳନ ଆଚାର ବ୍ୟବହାର ଏବଂ ସଂସ୍କୃତିର ପ୍ରଚାର ପ୍ରସାର କରାଇ ସଭ୍ୟତାର ବିକାଶ ପଥରେ ଚରମ ସୋପାନରେ ପହଞ୍ଚି ପାରିବେ ଉକ୍ତ ବିଷୟକୁ ଆଧାର କରି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଉକ୍ତ ଅବସରରେ ସର୍ବ ପ୍ରଥମେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ଧୂପ ଦୀପ ଆଦି ନୈବେଦ୍ୟ ଅର୍ପଣ କରିବା ପରେ ବିଦ୍ୟାଳୟର ଛାତ୍ରୀଙ୍କ ଦ୍ଵାରା ବିଭୁ ବନ୍ଦନା ଗାନ କରାଯାଇ ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା । ଏହି ଅବସରରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ, ଆର, ଉଦୟଗିରି ଯୁଧିଷ୍ଠିର ବେହେରା ମୁଖ୍ୟ ଅତିଥି ଭାବେ ଆସନ ଅଳଙ୍କୃତ କରିଥିଲା ବେଳେ ମହେନ୍ଦ୍ର ତନୟା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ରା. ଉଦୟଗିରିର ଅଧ୍ୟାପକ ନୀଳାଚଳ ପାଣିଗ୍ରାହୀ ମୁଖ୍ୟ ବକ୍ତା ଏବଂ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରହ୍ଲାଦ ଶିଅଳ ସଭାପତି ଆସନ ଅଳଙ୍କୃତ କରିଥିଲେ । ତତ୍ ସହିତ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ରାମଚନ୍ଦ୍ର ଦଳବେହେରା, ନାଏବ ସରପଞ୍ଚ ପବିତ୍ର ଗମାଙ୍ଗ, ରଣ୍ଡିବା ପୂର୍ବତନ ସି.ଆର.ସି.ସି. ଲକ୍ଷ୍ମଣ କୁମାର ତରାଇ, ଏବଂ ଛେଳିଗଡ ସି.ଆର୍.ସି. ସି. ସାମିଷ୍ଟନ ମାଳି ସାରସ୍ଵତ ଅତିଥି ଭାବରେ ଉପସ୍ଥିତ ରହି ପ୍ରବାସୀ ଭାରତୀୟମାନଙ୍କ ବିଷୟରେ ଭାଷଣ ପ୍ରଦାନ କରିଥିଲେ। ଉକ୍ତ ଅବସରରେ ବ୍ଲକର ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଛାତ୍ର ଛାତ୍ରୀ ମାନେ ରଚନା ଲିଖନ, ସାଧାରଣ ଜ୍ଞାନ, ଚିତ୍ର ପ୍ରଦର୍ଶନ ଆଦି ପ୍ରତିଯୋଗୀତାରେ ଅଂଶଗ୍ରହଣ କରି ପୁରସ୍କୃତ ହୋଇଥିଲେ । ଉକ୍ତ ସଭାରେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ମାନେ ଯଥା କେଦାରନାଥ କର , ତାରିଣୀ ଚରଣ ମଣ୍ଡଳ , ସଞ୍ଜୟ ଗୌଡ଼, କିଶୋର ଦଣ୍ଡସେନା, ସୁଶାନ୍ତ ସାହୁ, ଦିଗାମ୍ବର ଦାସ, ମନୋଜ ଭୂୟାଁ, ରବିନା ଦାସ, ମମତା ବେହେର୍ଦ୍ଦଳାଇ, ସଙ୍ଗୀତା ସାହୁ , ସୁଷମା ବାଣୁଆରାୟୀ, ପ୍ରଜ୍ଞାଦିପ୍ତା ପାଇକଏବଂ ଉଷା ଦେବୀ ଜାନୀ ଉପସ୍ଥିତ ରହି ସଭାକୁ ସଫଲ କରାଇବା ସହିତ ଶିକ୍ଷକ ଯୁଧିଷ୍ଠିର ପାଇକ ମଞ୍ଚ ପରିଚାଳନା କରିବା ସହିତ ଅଥିତିମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ଗଜପତି ରୁ ମନୋଜ କୁମାର ପାଢୀ ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।

Leave a Reply

Your email address will not be published. Required fields are marked *