ବ୍ଲକସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡା ସଂଗଠନ କର୍ମଶାଳା ଅନୁଷ୍ଠିତ।  କ୍ରୀଡା ଶରୀରକୁ  ସୁସ୍ଥ ଓ  ନୀରୋଗ ରଖିଥାଏ  ।

ବୋଲଗଡ; ତା-୧୬/୦୨ ( ବିଏମସି ଟିଭି ଓଡ଼ିଆ)

  ବୋଲଗଡ ଶିକ୍ଷାବ୍ଲକ ଅନ୍ତର୍ଗତ ୨୮ଟି ଉଚ୍ଚ ବିଦ୍ୟାଳୟର ଖେଳ ଶିକ୍ଷକ ମାନଙ୍କ  ମିଳିତ ସହଯୋଗରେ ଓ କ୍ରୀଡା ସଂଗଠନର ସମ୍ପାଦକ ମାନସ କୁମାର ବେହେରାଙ୍କ ସଭାପତିତ୍ବରେ ରବିବାର ଦିନ ବ୍ଲକସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡା ସଂଗଠନ କର୍ମଶାଳା ବୋଲଗଡସ୍ଥିତ ମା’ ଭୂଇଁଆଣୀ ଶକ୍ତିପୀଠରେ ଅନୁଷ୍ଠିତ ହୋଇ ଯାଇଛି  । ଏହି କ୍ରୀଡା ସଂଗଠନ କର୍ମଶାଳାରେ ମୁଖ୍ଯ ଅତିଥି ଭାବେ ବୋଲଗଡ ଗୋଷ୍ଠୀ ଶିକ୍ଷାଅଧିକାରୀ ଗୋକୁଳ ଚନ୍ଦ୍ର ବଳବନ୍ତରାୟ, ମୁଖ୍ଯ ବକ୍ତା ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ କୈଳାସନାଥ ସ୍ବାଇଁ ଓ ସମ୍ମାନୀତ ଅତିଥି ଭାବେ ଖୋର୍ଦ୍ଧାଜିଲ୍ଲା ଶାରୀରିକ ଶିକ୍ଷାଧିକାରୀ ଦିଲ୍ଲୀପ କୁମାର ମୋଦୀ   ,  ଖୋର୍ଦ୍ଧାଜିଲ୍ଲା ଖେଳ ସଂଗଠନ ସମ୍ପାଦକ କାଳିଚରଣ ମୁଖୀ  , ଭୁବନେଶ୍ୱର ଖେଳ ସଂଗଠନ ସମ୍ପାଦକ ଅଜୟ କୁମାର ତୁଙ୍ଗସାମନ୍ତ, ବେଗୁନିଆ ଖେଳ ସଂଗଠନ ସମ୍ପାଦକ ପ୍ରଭାତ କୁମାର ନିଶଙ୍କ ପ୍ରମୁଖ ଯୋଗ ଦେଇଥିଲେ  । 

କର୍ମଶାଳାର ପ୍ରାରମ୍ଭରେ ସଭାପତି ମାନସ କୁମାର ବେହେରା ସ୍ବାଗତ ଭାଷଣ ଦେଇ ଅତିଥି ପରିଚୟ ପ୍ରଦାନ କରିଥିଲେ  । ଖେଳ ଶିକ୍ଷକ ରମେଶଚନ୍ଦ୍ର ପ୍ରଧାନ ବାର୍ଷିକ ବିବରଣୀ ପଠନ କରି ବିଦାୟୀ ଖେଳ ଶିକ୍ଷୟିତ୍ରୀ ମିନାକ୍ଷୀ ନନ୍ଦଙ୍କ ମାନପତ୍ର ପଠନ କରିଥିଲେ  । କ୍ରୀଡା ଶରୀରକୁ ସୁସ୍ଥ ଓ  ନୀରୋଗ ରଖିଥାଏ ବୋଲି ମୁଖ୍ଯ ଅତିଥି ଶ୍ରୀ ବଳବନ୍ତରାୟ ଖେଳ ଶିକ୍ଷକ ମାନଙ୍କୁ ପରାମର୍ଶ ଦେଇଥିଲେ  । ବୋଲଗଡ ଶିକ୍ଷାବ୍ଲକ ଅଧିନରେ ବ୍ଲକ ସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡା ସଂଗଠନ ସ୍ଥାପନ କରାଯାଇଥିବାରୁ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ କୈଳାସନାଥ ସ୍ବାଇଁ ଉଚ୍ଚ ପ୍ରଶଂସା କରିଥିଲେ  ।  ଯଦି ବୋଲଗଡ ଶିକ୍ଷାବ୍ଲକରେ ସମସ୍ତ ଖେଳ ଶିକ୍ଷକ ମାନଙ୍କର ଏକତା  , ସହଯୋଗ  , ସଂଗଠନ  ଓ ସମନ୍ବୟ ରହିଲେ ପ୍ରତ୍ୟେକ କ୍ରୀଡାର ବିକାଶ ହୋଇପାରିବ ବୋଲି ମୁଖ୍ଯ ବକ୍ତା ଶ୍ରୀସ୍ବାଇଁ ସୂଚନା ଦେଇଥିଲେ  ।

ଧଳାପଥର- କଳାପଥର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ବରିଷ୍ଠ ଖେଳ ଶିକ୍ଷୟିତ୍ରୀ ମିନାକ୍ଷୀ ନନ୍ଦଙ୍କୁ ଫୁଲତୋଡା  , ଉତ୍ତରୀୟ ଓ  ମାନପତ୍ର ଦେଇ ବିଦାୟ କାଳୀନ ସମ୍ବନ୍ଧନା ଦିଆଯାଇଥିଲା  । ଏହି କାର୍ଯ୍ୟକ୍ରମକୁ ଖେଳ ଶିକ୍ଷକ ଭଗବତ ପ୍ରସାଦ ପାଣ୍ଡେ  , ରଜନୀ ପୃଷ୍ଟି  , ପଦ୍ମଚରଣ ବିଶୋଇ  ଓ  ଖେଳ ଶିକ୍ଷୟିତ୍ରୀ ସୌଦାମିନୀ ବେହେରା ଙ୍କ ସମେତ ୪୦ଜଣ ଖେଳ ଶିକ୍ଷକ ଓ  ଶିକ୍ଷୟିତ୍ରୀ ମାନେ ସହଯୋଗ କରି ପରିଚାଳନା କରିଥିଲେ  ।  ପରିଶେଷରେ ଖେଳ ଶିକ୍ଷକ ଉମେଶ ଚନ୍ଦ୍ର ସାହୁ ସମସ୍ତଙ୍କୁ ଧନ୍ଯବାଦ ଅର୍ପଣ କରିଥିଲେ ।

ବିଏମସି ନ୍ୟୁଜ ଓଡିଶା  ।

Leave a Reply

Your email address will not be published. Required fields are marked *