କନ୍ଧମାଳ; ତା-୨୩/୧୨ ( ବିଏମସି ଟିଭି ଓଡ଼ିଆ )
କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଳକ ନିକଟସ୍ଥ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଓଡିଶା ସରକାର ଏବଂ ମିଳିତ ଜାତିସଂଘର ବିଶ୍ୱଖାଦ୍ୟ କାର୍ଯ୍ୟକ୍ରମର ଆନୁକୂଲ୍ୟରେ ଟିକାବାଲି ହାଇସ୍କୁଲ ଠାରେ ବ୍ଲକର ପ୍ରାୟ ଶହେରୁ ଉର୍ଦ୍ଧ ପାଚିକା ଓ ପାଚିକା ସହାୟିକା ମାନଙ୍କୁ ନେଇ ଏକ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଅଛି ।
ଏହି ତାଲିମ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଟିକାବାଲି ପଞ୍ଚାୟତ ସମିତି ଅଧକ୍ଷ ଦିଲୀପ କହଁର , ସମ୍ମାନିତ ଅତିଥି ମଧ୍ୟରେ ପୂର୍ବତନ ଅବସରପ୍ରାପ୍ତ ଶିକ୍ଷକ ତଥା ଶିକ୍ଷକ ସଂଘ ସଭାପତି ପୁସାରା କହଁର, ଗୋଷ୍ଠୀ ଶିକ୍ଷା ଅଧିକାରୀ ଜଗନ୍ନାଥ ସାହାଣୀ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରଦୀପ୍ତ ନାୟକ, ଗଣେଶ୍ୱର କହଁର, ବିନୋଦିନୀ ସାମଲ, ପ୍ରଧାନ ଶିକ୍ଷକ ଦାମଦୋର ସାହୁ ପ୍ରମୁଖ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ । ପବିତ୍ର କୁମାର ସାହୁ, ଶୁଭସ୍ମୃତି ଦାଶ ଏହି ତାଲିମ କାର୍ଯ୍ୟକ୍ରମ ରେ ବହୁତ ସୁନ୍ଦର ଭାବେ ତାଲିମ ଦେଇଥିଲେ । ଏହାସହ ପାଚିକାମାନଙ୍କ ରନ୍ଧନ ପ୍ରତିଯୋଗିତା ହୋଇଥିଲା ଯେଉଁଠି ପ୍ରଦୀପ ମହାପାତ୍ର, ବିଷ୍ଣୁ ପ୍ରସାଦ ହୋତା, ଅରବିନ୍ଦ ମହାପାତ୍ର ଓ ସୁବ୍ରତ କୁମାର ନାୟକ ଗୁଣବତ୍ତା ଯାଞ୍ଚ କରି ମୂଲ୍ୟାୟନ କରିଥିଲେ । ମୂଲ୍ୟାୟନ ପରେ ବ୍ଲକ ସ୍ତରରେ ଦୁଇ ଜଣଙ୍କୁ ପରବର୍ତୀ କାର୍ଯ୍ୟକ୍ରମ ପାଇଁ ନାମ ଘୋଷଣା କରାଯାଇଥିଲା । ଏହିକାର୍ଯ୍ୟକ୍ରମ କୁ ଟିକାବାଲି ର ସମସ୍ତ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ବହୁତ ସୁନ୍ଦର ଭାବେ ପରିଚାଳନା କରିଥିଲେ ।
ବିଏମସି ନ୍ୟୁଜ ଓଡିଶା ।