ପୂର୍ବତନ ବିଧାୟକ ରାଜୀଵଲୋଚନ ହୋତାଙ୍କ ତୃତୀୟ ଶ୍ରାର୍ଦ୍ଧବାର୍ଷିକୀ ଅବସର ରେ ରକ୍ତ ଦାନ ଶିବିର।

ସମ୍ବଲପୁର ;ତା-୨୭/୦୧(ବିଏମସି ଟିଭି ଓଡିଆ)

ପୂର୍ବତନ ବିଧାୟକ ଶିକ୍ଷାପ୍ରେମୀ ତଥା ବିଶିଷ୍ଠ ରାଜନୀତିଜ୍ଞ ରାଜୀବ ଲୋଚନ ହୋତାଙ୍କ ତୃତୀୟ ଶ୍ରାଦ୍ଧବାର୍ଷିକୀ ବରପାଲି ଫାର୍ମାସୀ ମହାବିଦ୍ୟାଳୟ ପରିସରରେ ପାଳନ କରାଯାଇଥିଲା। ଚକରକେନ୍ଦ ସ୍ଥିତ ସଂଯୁକ୍ତ ଯୁବ ସଂଗଠନ ଦ୍ବାରା ପରିଚାଳିତ ମାତୃଛାୟା ଓ ବାନପ୍ରସ୍ଥର ଅନ୍ତେବାସୀଙ୍କୁ ଅଣାଯାଇ ଏକ ଭବ୍ୟ ସ୍ବାଗତ କରାଯାଇଥିଲା। ପରେ  କଲେଜ ପରିସରରେ ଥିବା ରାଜୀବ ଲୋଚନ ହୋତାଙ୍କ ପ୍ରତିମୂର୍ତ୍ତିରେ କଲେଜ ସଭାପତି ହିମାଂଶୁ ମୋହନ ଦେଓ, ନିର୍ଦ୍ଦେଶକ ଡ.ରଞ୍ଜନ କୁମାର ସାହୁ, ଅଧ୍ୟକ୍ଷ ଡ.ଅର୍ଣ୍ଣବାଦିତ୍ୟ ମହାନ୍ତି, ଉପାଧ୍ୟକ୍ଷ ଡ. ଆଶୁତୋଷ ପଧାନ ନିମନ୍ତ୍ରିତ ଅତିଥି, ଦେବଦତ୍ତ ତ୍ରିପାଠୀ,  ରମାକାନ୍ତ ତ୍ରିପାଠୀ, ସୁବ୍ରତ କୁମାର ସାହୁ, ଡା.ସୁବଳ ଚନ୍ଦ୍ର ମାଝୀ, ମହେନ୍ଦ୍ର କୁମାର ମେହେର ,ବାରିଷ୍ଟର ବିମଳ କିଶୋର ଦାଶ, ଆଦର୍ଶ ସରପଞ୍ଚ ହିମାଞ୍ଚଳ ସାହୁ, ସଂପାଦକ ଦାମୋଦର ପଣ୍ଡା, ମାତୃଛାୟା ଓ ବାନପ୍ରସ୍ଥର ସମସ୍ତ ଅତିଥି , ଅଧ୍ୟାପକ, ଅଧ୍ୟାପିକା ତଥା ଛାତ୍ରଛାତ୍ରୀମାନେ ଶ୍ରୀ ହୋତାଙ୍କ ଫଟୋଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ଜ୍ବଳନ କରିବା ସହ ଏକ ଶ୍ରଦ୍ଧାଞ୍ଜଳୀ ସଭା ଆନୁଷ୍ଟିତ ହୋଇଥିଲା । ଏହି ଅବସରରେ କଲେଜ ଆନୁକୁଲ୍ୟରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇ ୫୧ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା । ଡାକ୍ତର କରନ୍ ପରିଡାଙ୍କ ତତ୍ତ୍ବାବଧାନରେ ଏକ ଭେକ୍ସିନେସନ କାର୍ଯ୍ୟକ୍ରମ ହୋଇଥିଲା।  ଚକରକେନ୍ଦ୍‌ର ଶାନ୍ତି ତପୋବନ ଆଶ୍ରମର ଅନ୍ତେବାସୀଙ୍କୁ ନରେନ୍ଦ୍ର କୁମାର ହୋତା ବସ୍ତ୍ରଦାନ କରିଥିଲେ । ଗଣେଶ ଚନ୍ଦ୍ର ମେହେର ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ଦାମୋଦର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ହିମାଂଶୁ ମୋହନ ଦେଓ ସ୍ମୃତିସଭାର ସଭାପତି ଦାୟିତ୍ବ ତୁଳାଇଥିଲେ ।

ସମ୍ବଲପୁର ଜିଲ୍ଲା ପ୍ରତିନିଧି କୈଳାସ ମହାରଣାଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା।

Leave a Reply

Your email address will not be published. Required fields are marked *