ସମ୍ବଲପୁର ;ତା-୨୯/୦୧ (ବିଏମସି ଟିଭି ଓଡିଆ)
କୁଚିଣ୍ଡା ଉପଖଣ୍ଡ ଅନ୍ତର୍ଗତ କୁଟୁରାଚୁଆଁ ଉଚ୍ଚତର ମାଧ୍ୟମିକ ବିଦ୍ୟାଳୟରେ ବୁଧବାର ଅଧ୍ୟକ୍ଷ ନିଳାଞ୍ଚଳ ତିଓ୍ବ୍ୟାରୀଙ୍କ ସଭାପତିତ୍ବ ଓ ନେତୃତ୍ବରେ ରେଡକ୍ରସ ଆନୁକୁଲ୍ୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ୧୧ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା। ଏହି ଅବସରରେ କୁଚିଣ୍ଡା ଉପଖଣ୍ଡ ପୋଲିସ ଅଧୀକ୍ଷକ ଅମିତାବ ପଣ୍ଡା ମୁଖ୍ୟଅତିଥୀ ଭାବେ ଯୋଗଦେଇ ରକ୍ତଦାନର ଗୁରୁତ୍ବ ବିଷୟରେ ମାର୍ଗଦର୍ଶନ ଦେଇଥିଲେ। କୁଟୁରାଚୁଆଁ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ମେଡିକାଲ ଅଫିସର ରମେନ୍ଦ୍ର କିଶୋର ସାହୁ, ପ୍ରତିଷ୍ଠାତା ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ନାଏକ, କୁଚିଣ୍ଡାର ବରିଷ୍ଠ ସାମ୍ବାଦିକ ଗଗନ ଶର୍ମା, ପରିଚାଳନା ସମିତିର ପୂର୍ବତନ ସଂପାଦକ ହିମାଂଶୁ କୁମାର ମହାପାତ୍ର, ସ୍ବେଛାସେବୀ ବିଜୁ ସାହୁ ସମ୍ମାନିତ ଅତିଥୀ ଭାବରେ ଯୋଗଦେଇ ରକ୍ତଦାନ କରିବା ପାଇଁ ଉତ୍ସାହ ପ୍ରଦାନ କରିଥିଲେ। ବିଦ୍ୟାଳୟର ଅଧ୍ୟକ୍ଷ ନିଳାଞ୍ଚଳ ତିଓ୍ବାରୀ, ଅଧ୍ୟାପିକା ଭାବନା ପାଣ୍ଡେ, କିରାଣୀ ଭେଷଜ ଗରଡିଆ, ଡିଇଓ ସମିନ ରଞନ ନାଏକ, ବୈଦନାଥ ଷଣ୍ଢ, ଧନେଶ୍ବର କିସାନ, ଗୋବିନ୍ଦ ଗହିର, ପଓ୍ବନ ପ୍ରଧାନ, ଲକ୍ଷ୍ମଣ କିସାନ, ଛାତ୍ର ଦୁର୍ଗାପ୍ରସାଦ ଜୟପୁରିଆ ଏବଂ ଘନଶ୍ୟାମ ପଣ୍ଡା ସ୍ବଇଛାରେ ରକ୍ତଦାନ କରିଥିଲେ। ଉପସ୍ଥିତ ଅତିଥୀଗଣ ରକ୍ତଦାନ କରିଥିବା ସମସ୍ତ ରକ୍ତଦାତାମାନଙ୍କୁ ମାନପତ୍ର ପ୍ରଦାନ କରିଥିଲେ। ବରିଷ୍ଠ ଅଧ୍ୟାପକ କୃଷ୍ଣଚନ୍ଦ୍ର ପୂଜାରୀ ସଭା ସଂଯୋଜନା କରିଥିବା ବେଳେ ରେଡକ୍ରସ କାଉନସେଲର ଅଧ୍ୟାପକ ସତ୍ୟନାରାରଣ ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ। କୁଚିଣ୍ଡା ରକ୍ତ ଭଣ୍ଡାରର ଟେକ୍ନିସିଆନ ପ୍ରମୋଦ କୁମାର ପଟେଲଙ୍କ ନେତୃତ୍ବରେ ରକ୍ତ ସଂଗ୍ରହ କରାଯାଇଥିଲା। ବିଦ୍ୟାଳୟ ଅଧ୍ୟାପକ ସୁଧୀର କୁମାର ନାଏକ, ଶିକ୍ଷା ଡେମୋଷ୍ଟେଟର ପ୍ରତିମା କୁମାରୀ ନାଏକ, ପୂର୍ବତନ ଛାତ୍ର ସଂସଦର ସଭାପତି ଅରୁଣ କୁମାର ପଟେଲ, ଅଣଶିକ୍ଷକ ଜୟଦେବ ରାଉତ, ରଜତ ରାଏ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।
ସମ୍ବଲପୁର ଜିଲ୍ଲା ପ୍ରତିନିଧି କୈଳାସ ମହାରଣାଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା।