ବୋଲଗଡ ମହୋତ୍ସବ ଉଦଘାଟିତ।

ଖୋର୍ଦ୍ଧା ; ତା-୨୬/୧୨(ବିଏମସି ଟିଭି ଓଡ଼ିଆ)

ବୋଲଗଡ ବାମନ ଉଚ୍ଚ ବିଦ୍ୟାଳୟ ପଡିଆରେ ୨୧ତମ ବୋଲଗଡ ମହୋତ୍ସବ ଆଶା ୨୦୨୪ଉଦଘାଟିତ ହୋଇଛି। ପ୍ରାରମ୍ଭ ରେ ମା ରାମଚଣ୍ଡୀ ଙ୍କ ଅଜ୍ଞାମାଳ ଓ ମଶାଲ ଶୋଭାଯାତ୍ରା ରେ ନିଆଯାଇଥିଲା ଓ ମହୋତ୍ସବ ମଣ୍ଡପରେ ସ୍ଥାପନା କରାଯାଇଥିଲା। ପରେ ସଭାପତି ବିଧାୟକ ପ୍ରଦୀପ କୁମାର ସାହୁ ପ୍ରଭୁ ଜଗନ୍ନାଥ ଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟିତ କରିଥିଲେ। ଆବାହନୀ ସଂଗୀତ ପରିବେଷଣ କରିଥିଲେ ବଂଶୀଧର ସଂଗୀତ ମହାବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନେ,ପରେ ଦିବଂଗଜ ସଦସ୍ୟ ମାନଙ୍କ ପାଇଁ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା।ପରେପରେ ସ୍ମରଣିକା ବୋଲଗଡ ମହୋତ୍ସବ ଉନ୍ମୋଚିତ ହୋଇଥିଲା।ବରିଷ୍ଠ ଉପଦେଷ୍ଟା ରବୀନ୍ଦ୍ର ପରିଡା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ।ସମ୍ପାଦକ ବୀରଦାସ ବିବରଣୀ ପାଠ କରିଥିଲେ ବିଜେଡି ଉପସଭାପତି ପ୍ରଫୁଲ୍ଲ ପ୍ରଧାନ ସମାଜସେବୀ ରିତାଞ୍ଜଳୀ ପ୍ରଧାନ, ଜିଲ୍ଲାପରିଷଦ ସଭ୍ୟା ସୁନନ୍ଦିତା ସାହୁ ,ସରପଞ୍ଚ ଗୀତାଞ୍ଜଳି ସାହୁ, ସମିତିସଭ୍ୟା ନିର୍ମଳା ପ୍ରଧାନ ,ପ୍ୟାରୀମୋହନ ଦାସପ୍ରମୁଖ ଯୋଗ ଦେଇଥିଲେ। ମଞ୍ଚ ସଂଯୋଜନା କରିଥିଲେ ଅଖିଳେଶ ମହାପାତ୍ର ଓ ଶ୍ରୀକାନ୍ତ ନାୟକ ଲକ୍ଷ୍ମୀଧର ଚୌଧୁରୀ ଓ ଭଞ୍ଜ କିଶୋର ଯତି,କ୍ରୀଡା ପରିଚାଳନା କରିଥିଲେ । ପରିଶେଷରେ ପ୍ରଫୁଲ୍ଲ ମହାନ୍ତି ସାଂସ୍କୃତିକ ସମ୍ପାଦକ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *