ବୋଲଗଡ଼ ପୋଲିସକୁ ସଫଳତା ;୧୪ ଚୋରା ବାଇକ ଜବତ : ୨ କୋର୍ଟ ଚାଲାଣ ।

ବୋଲଗଡ଼, ତା-୨୯/୦୧ (ବିଏମସି ଟିଭି ଓଡ଼ିଆ )

ବୋଲଗଡ଼ ଥାନା ପୋଲିସକୁ ମିଳିଛି ବଡ଼ ସଫଳତା।
ଗତ କିଛି ଦିନ ତଳେ ବୋଲଗଡ଼ ଥାନା ରୋଳସିଂହ ଗ୍ରାମର କୁଳମଣି ପ୍ରଧାନଙ୍କ ଗ୍ଲାମେର ଗାଡି ଯାହାର ନଂ 0D02BB9188 ଚୁଡା ଛକରୁ ଚୋରି ହୋଇଥିବା ହେତୁ ସେ ବୋଲଗଡ଼ ଥାନାରେ କେଶ ନଂ୨୧/୨୫ ରେ ଏକ ଅଭିଯୋଗ କରିଥିଲେ।

ଏହି ଅଭିଯୋଗ କ୍ରମେ ବୋଲଗଡ଼ ପୋଲିସ ଚୋରି ବାଇକ ରାକେଟ ଧରିବାକୁ ସକ୍ରିୟ ହୋଇ କୌଣସି ସୂତ୍ରରୁ ଖବର ପାଇ କନ୍ଧମାଳ ଜିଲ୍ଲା ଗୋଛପଡା ଥାନା ବାଘ ତୁଙ୍ଗୁରି ଗ୍ରାମର କଷ୍ଟ ନାୟକର ପୁଅ ସଂଜୀବନ ନାୟକ ଓରଫ ଟେନା(୨୦)କୁ ଧରିବାକୁ ସକ୍ଷମ ହୋଇଥିଲେ ଓ ତା’ଠାରୁ ୭ଗୋଟି ଚୋରା ବାଇକ ଜବତ କରାଯାଇଥିଲା। ପରେ ତାକୁ ବୋଲଗଡ ଥାନାକୁ ଆଣି ଅଧିକ ପଚାର ଉଚାର ପରେ ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ନେଳିଗୁଡା ଡ୍ୟାମ ଛକ କାଶୀନାଥ ନାୟକର ପୁଅ ପବିତ୍ର ନାୟକ(୨୮)କୁ ଧରିବାକୁ ସକ୍ଷମ ହୋଇଥିଲେ। ପବିତ୍ର ଦଶପଲ୍ଲା ନିକଟସ୍ଥ ଜଟିଆ ପାହାଡ଼ରେ ୭ଗୋଟି ବାଇକ ରଖିଥିବାର ଜଣା ପଡିଥିଲା ଓ ପୋଲିସ ଚୋରା ଗାଡି ଗୁଡିକୁ ଜବତ କରି ମୋଟ ୧୪
ଗୋଟି ଗାଡି ଜବତ କରି ବୋଲଗଡ ଥାନା ହେପାଯତକୁ ଆଣିଥିଲା।

ପୋଲିସ ଗାଡି ଗୁଡିକ ଜବତ କରି ଉପରୋକ୍ତ ୨ଜଣ ବାଇକ ଚୋରଙ୍କୁ ବୁଧବାର ଦିନ ଖୋର୍ଦ୍ଧା କୋର୍ଟ କୁ ଚାଲାଣ କରିଅଛି। ଏହି ଚୋରା ବାଇକ୍ ରାକେଟ ଧରିବାକୁ ବୋଲଗଡ଼ ଥାନା ପକ୍ଷରୁ ଏକ ଟିମ୍ ଗଠନ କରାଯାଇ ଏସଆଇ ଲିଲି ପାଢ଼ୀ ଙ୍କ ନେତୃତ୍ୱରେ ଏଏସଆଇ ପ୍ରସନ୍ନ କୁମାର ଦଳେଇ ଓ ଅନ୍ୟମାନେ ଏହି ଚଢାଉରେ ଅଂଶଗ୍ରହଣ କରିଥିଲେ।

ବିଏମସି ନ୍ୟୁଜ ଓଡିଶା  ।

Leave a Reply

Your email address will not be published. Required fields are marked *